ଓଡିଶାଭାରତ

ହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

ରଜନୀକାନ୍ତ ପାତ୍ର(ଗଞ୍ଜାମ ଜିଲ୍ଲା):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ  ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ତତ୍ବାବଧାନରେ ଆୟୋଜିତ ବୈଠକରେ ବ୍ଳକ ଅଧଖ୍ୟା ସରସ୍ବତୀ ସେଠୀ  ସଭାପତିତ୍ୱ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ହିଂଜିଳି ବିଧାୟକଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଳକ ଉପଦକ୍ଷ ସୁନୀଲ ଗନ୍ତୟତ ମଞ୍ଚାସିନ ଥିଲେ । ବିଡ଼ିଓ ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ  ପୂର୍ବ ବୈଠକର ବିବରଣୀ ପଠନ ସହ ଏହାର ଦୃଢୀକରଣ କରିଥିଲେ । ବ୍ଲକର ପାନୀୟ ଜଳଯୋଗାଣ, ଜଳସେଚନ , ଶିକ୍ଷା ଓ ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ ଯୋଜନା , ଖାଦ୍ୟ ଯୋଗାଣ , ବିଦ୍ଯୁତ୍ ସମସ୍ଯା ,ସାମାଜିକ ସୁରକ୍ଷା, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି,ରାସ୍ତା ଘାଟ  ସମେତ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଓ ସମସ୍ଯା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକରେ ସମସ୍ତ ଜିଲ୍ଲା ପରିଷଦ,ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସମେତ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related posts

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ

mahabharatanews

ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିସ୍‌

mahabharatanews