(କେରଳ) : ନିକଟରେ ଫିଲ୍ମ ‘ଦ କେରଳ ଷ୍ଟୋରି’ର ରିଲିଜ ହୋଇଯାଇଛି । ତେବେ ଫିଲ୍ମଟି ଆସିବା ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଦର୍ଶକଙ୍କ ମନ ମୋହୁଛି ‘ଦ କେରଳ ଷ୍ଟୋରି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହା ରିଲିଜ ହୋଇଥିବା ବେଳେ ପଜିଟିଭ ପ୍ରତିକ୍ରିୟା ମିଳିଛି ।
ସୂଚନାନୁଯାୟୀ ,ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି। ଏକ ଟିଭି ସାକ୍ଷାତ୍କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି ଯାହାକି ସାରା ଦେଶରେ ଚହଳ ପକାଇ ଦେଇଥିଲା । ତେବେ ‘୩୨ହଜାର’ ସଂଖ୍ୟା ପଛର ସତ୍ୟତା କେତେ, ସେ ସଂପର୍କରେ ଜଣାପଡ଼ିନାହିଁ ।