ଓଡିଶା

ସହୀଦ ଯବାନ ଦେବାଶିଷ ସେଠୀଙ୍କ ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପର୍ଣ୍ଣ

(କଣିହାଁ/ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ସହୀଦ ଯବାନ ଦେବାଶିଷ ସେଠୀଙ୍କର ଶରୀର ଶୁକ୍ରବାର ତାଙ୍କ ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସୂଚନାରୁ ପ୍ରକାଶଯେ, ଗତକାଲି ଶହୀଦ ଦେବାଶିଷ କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଶହୀଦ ଯବାନ ଦେବାଶିଷ ସେଠୀଙ୍କ ମର ଶରୀର ପହଞ୍ଚିଥିଲା । ସମଗ୍ର ବ୍ଲକ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉପ ବାଚସ୍ପତି ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୀବ ସାହୁ ସମେତ ପ୍ରଶାସନିକ ଅଧିକାରୀ ଓ ଶହ ଶହ ଜନତା ରାତିରେ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ମାଟିର ପୁଅକୁ ହରାଇ କେବଳ ଗାଁ ରେ ନୁହେଁ, ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ସହିଦଙ୍କ ମର ଶରୀରକୁ ରାତିରେ ପଞ୍ଚାୟତ ଅଫିସଠାରେ ରଖାଯାଇଥିବା ବେଳେ ଆଜି ସକାଳ ୯ ଟା ବେଳେ ଗାର୍ଡ ଅଫ ଅନର ଦେବା ସହ ସହିଦଙ୍କ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ଶେଷକୃତ୍ୟ ବେଳେ ‘ଦେବାଶିଷ ଅମର ରହେ ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶହେ ସଲାମ ଆଦି ସ୍ଲୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଅନୁଗୁଳ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ଅନୁଗୋଳ ଏସ୍.ପି. ଜଗମୋହନ ମୀନା , ଡ଼ିଆଇଜି ନରସିଂହ ଭୋଳ ଆଦି ଉପସ୍ଥିତ ଥିଲେ । ବୀର ଯବାନଙ୍କ ଦେଶପ୍ରେମ ଏବଂ ବଳିଦାନ ଓଡିଶାର ସ୍ୱର୍ଣ୍ଣିମ ଇତିହାସରେ ଚିରସ୍ମରଣୀୟ କରି ରଖିବ କହିଛନ୍ତି । ସେପଟେ ଦେଶ ପାଇଁ ସହିଦ ହୋଇଥିବା ପୁଅକୁ ହରାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି।

Related posts

କେରେଜେଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ନାୟକଙ୍କ ମୃତ୍ୟୁ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ

mahabharatanews

ଜୀବନ ବିକଳରେ ସାଇକେଲରେ ୧୬୦୦ କିମି ଅତିକ୍ରମ କଲେ ପ୍ରାବାସୀ

mahabharatanews