ଓଡିଶା

ଜୀବନ ବିକଳରେ ସାଇକେଲରେ ୧୬୦୦ କିମି ଅତିକ୍ରମ କଲେ ପ୍ରାବାସୀ

ଖୋର୍ଦ୍ଧା : ପେଟ ପାଟଣା ପାଇଁ ମା, ମାଟିକୁ ଧାଇଁଯାଇଥିଲେ ସୁରଟ । କିନ୍ତୁ ଲକ୍ଡାଉନ ସବୁ ସ୍ୱପ୍ନରେ ଧୂଳି ଭରି ଦେଇଛି କରୋନା ଲକ୍ଡାଉନ । ଜୀବିକା ହରାଇ ବସିଲେ । ଯାନବାହନ ଚଳାଚଳ ବନ୍ଦ ହେବାରୁ ସେଠାରେ ଯିଏ ଯେଉଁଠି ଥିଲେ ସେଠି ଫସି ରହିଗଲେ । କିନ୍ତୁ ରହିବା ବି ସମ୍ଭବ ହେଲାନି । ବରମ୍ବାର ଲକଡାଉନ ଅବଧି ବୃଦ୍ଧି ସହ ସଂଚିତ ଅର୍ଥ ମଧ୍ୟ ଶେଷ ହେଲା । ସରକାରୀ ସାହାଯ୍ୟ ପାଇଁ ସୋସିଆଲ ମିଡିଆର ସାହାରା ନେଲେ । କିନ୍ତୁ କିଛି ଫଳ ମିଳିଲା ନାହିଁ । ଜୀବନ ବଞ୍ଚାଇବା ପାଇଁ ସାଇକେଲ ଖାଣ୍ଡେ ଧରି ୧୬୦୦ କିଲୋମିଟର ଯାତ୍ରା କରିବାକୁ ବାଧ୍ୟ ହେଲେ ପାଞ୍ଚ ଜଣ ପ୍ରବାସୀ ଓଡିଆ ।
ସୁରଟର ଭେଣ୍ଡାନ ସହରରୁ ସାଇକେଲରେ ବାହାରି ଆସି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଦେଉଳି ପଞ୍ଚାୟତରେ ପହଞ୍ଚିଛନ୍ତି ଏହି ୫ ଶ୍ରମିକ । ପ୍ରବାସୀ ଓଡିଆମାନେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ପୁରୀ ଜିଲ୍ଲା କଣାସ ଅଞ୍ଚଳର । ସେମାନେ ସୁରଟର ଭେଣ୍ଡାନ ସହରରେ ଏକ ସୁତା ମିଲରେ କାମ କରୁଥିଲେ । କିନ୍ତୁ ଲକ୍‌ଡାଉନ୍ ପରେ ସେମାନେ ସୁରଟରେ ରହିଯାଇଥିଲେ। ଲକଡାଉନ ପାଇଁ ସୂତା ମିଲ୍ ବନ୍ଦ ହୋଇଗଲା । ପାଖରେ ଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ । ହେଲେ ଟଙ୍କା ସରିଯିବା ପରେ ନା ଦରମା ମିଳିଲା ନା ଖାଇବାକୁ । ସେମାନଙ୍କ ପାଖ ପଡ଼ିଶା ଘରେ କରୋନା ଆକ୍ରାନ୍ତ ବାହାରିଲା ପରେ ଜୀବନ ବିକଳରେ ସାଇକେଲକୁ ଆଶ୍ରା କରି ଗାଁ ଅଭିମୁଖେ ବାହାରିଥିଲେ। ୧୦ ଦିନ ସାଇକେଲରେ ଯାତ୍ରା କରି ମଙ୍ଗଳବାର ବେଗୁନିଆରେ ଅଂଚଳରେ ପହଞ୍ଚିବା ପରେ କିଛି ସମାଜସେବୀ ସେମାନଙ୍କୁ ଖାଇବା ପିଇବା ଦେଇ ସରକାରୀ କ୍ଵାରେଣ୍ଟିନ୍‌ରେ ରଖିଥିଲେ ।

Related posts

 ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

ଗଜପତିଙ୍କୁ ଚିଠି ଲେଖିଲା ବେଙ୍ଗାଳୁରୁ ଇସ୍କନ, ନିର୍ଦ୍ଦିଷ୍ଟ ତିଥିରେ ହିଁ ହେବ ରଥଯାତ୍ରା

mahabharatanews

ଅନଲାଇନରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶଣ

mahabharatanews