ଖେଳ

ଲଭଲୀନାଙ୍କ ମ୍ୟାଚ ଦେଖିବାକୁ ୩୦ ମିନିିଟ୍ ସ୍ଥଗିତ ରହିବ ବିଧାନସଭା

(ଆସାମ) ; ଲଭଲୀନାଙ୍କ ମ୍ୟାଚ ଦେଖିବାକୁ ଦେଶବାସୀଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖିବାକୁ ମିଳିଛି । ସେଥିପାଇଁ ୩୦ ମିନିଟ୍ ସ୍ଥଗିତ ରହିବ ଆସାମ ବିଧାନସଭା । ଲଭଲୀନା ଭାରତ ପାଇଁ ଇତିହାସ ରଚିବା ଲକ୍ଷରେ ମଇଦାନକୁ ଓହ୍ଲାଇବେ । ସୂଚନା ଥାଉକି, ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତୀ ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଛନ୍ତି ।ଆଜି ସେମିରେ ବିଶ୍ୱ ଚାମ୍ପିଅନ ତୁର୍କୀର ବୁସେନାଜ ସୁରମେନେଲୀଙ୍କ ସହ ମୁକାବିଲା ହେବ । ସାରା ଭାରତବାସୀଙ୍କ ନଜର ରହିଛି ତାଙ୍କ ମ୍ୟାଚ ଉପରେ ।ବିଶେଷ କରି ଆସାମରେ ଆଜି ସମସ୍ତ ବିଧାୟକ ଲଭଲୀନାଙ୍କ ମ୍ୟାଚ ଦେଖିବେ । ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲଭଲୀନାଙ୍କ ମ୍ୟାଚ ସମୟରେ ବିଧାନସଭାର କାର୍ୟ୍ୟକାଳ ୩୦ ମିନିଟ ଯାଏଁ ସ୍ଥଗିତ ରଖାଯିବ । ମହିଳା ଓ୍ୱେଟଲିଫ୍ଟର ବର୍ଗ କ୍ୱାର୍ଟର ଫାଇନାଲରେ ଚୀନ ତାଇପେ ପ୍ରତିଯୋଗି ନିଏନ ଚୀନକୁ ହରାଇ ଭାରତକୁ ପଦକ ସୁନିଶ୍ଚିତ କରାଇଥିଲେ ।

Related posts

ଏସିଆ କପରୁ ବାଦ ପଡିଲେ ରବିନ୍ଦ୍ର ଜାଡେଜା

mahabharatanews

ବଡ଼ଭଇଁରୋରେ କ୍ରିକେଟ ପ୍ରତିଯୋଗିତା

mahabharatanews

ଘୋଷଣା ହେଲା ବିଜୁ କ୍ରୀଡା ଯୋଜନା

mahabharatanews