ଭାରତ

୨୨ରେ ମହାରାଷ୍ଟ୍ର ଛୁଟି 

(ମୁମ୍ବାଇ) :  ଜାନୁଆରୀ ୨୨ରେ ପ୍ରଭୁ ରାମଙ୍କ ମନ୍ଦିରର ଉଦଘାଟନ ପାଇଁ ଅନେକ ରାଜ୍ୟରେ ଛୁଟି ଘୋଷଣା କରିଥିଲେ । ଆଜି ମଧ୍ୟ ୨୨ଜାନୁଆରୀକୁ ଛୁଟି ଘୋଷଣା କଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପରେ ବିଜେପି ନେତା ମଙ୍ଗଲ ପ୍ରଭାତ ଲୋଡା ସିଏମ ଏକନାଥ ସିନ୍ଧେ, ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାନୁଯାୟୀ , ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ରାଜନେତା, ଚଳଚ୍ଚିତ୍ର ଅଭିନେତା, ଅଗ୍ରଣୀ ଶିଳ୍ପପତି ଏବଂ ଅନ୍ୟମାନଙ୍କ ସମେତ ୭,୦୦୦ ରୁ ଅଧିକ ଲୋକ ଯୋଗଦେବେ ।ସେ ତାଙ୍କର ଏକ ପୁରୁଣା ଚିଠିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ ୨୨ଜାନୁଆରୀରେ ମହାରାଷ୍ଟ୍ରରେ ସିଏମ ସିନ୍ଧେଙ୍କ ଠାରୁ ଛୁଟିଦିନ ମାଗିଥିଲେ।

Related posts

ଖଚିତ ଆଇଇଡିକୁ ନିଷ୍କ୍ରୀୟ କଲା ସୁରକ୍ଷା ବଳ

mahabharatanews

ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓ

mahabharatanews

 ଚୀନ୍‌ରେ ବଢୁଛି ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା

mahabharatanews