ଭାରତରାଜନୀତି

ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ୟୁରୋ : ବୋରିସ ଜନସନଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ।   ବ୍ରିଟେନ ପ୍ରଧାନମନ୍ତ୍ରୀ ଏବେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବୋରିସ ଜନସନଙ୍କୁ ସ୍ୱାଗତ କରିଛନ୍ତି । ତାଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ଼ ଅଫ ଅନର ଦିଆଯାଇଛି । ବୋରିଶ ଜନସନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ହେବାର ରହିଛିି ବୋଲି ସୂଚନା ମିଳିଛି ।

ଏଥିପାଇଁ ଅହମ୍ମଦାବାଦରେ କାର୍ଯ୍ୟକ୍ରମ ସାରି ଦିଲ୍ଲୀରେ ପହଞ୍ଚ ସାରିଛନ୍ତି ବୋରିଶ ଜନସନ୍ । ଆଜି ଦୁଇ ଜଣ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ  ମିଲିଟାରୀ ହାର୍ଡୱାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟ ଆଲୋଚନା ହେବାର  କାର୍ଯ୍ୟକ୍ରମ ରହିଛି । ଗତକାଲି ଗୁଜରାଟ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଜନସନ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା  ।

ତାଙ୍କୁ ସ୍ୱାଗତ ଜଣାଇ ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଛି । ପରେ ପ୍ରଧାନମନ୍ତ୍ରୀ ଜନସନ ସାବରମତୀ ଆଶ୍ରମରେ ପହଞ୍ଚି ଆଶ୍ରମ ପରିଦର୍ଶନ କରିବାସହ ଗାନ୍ଧୀଙ୍କ ଅରଟ ଚଳାଇଛନ୍ତି । ଏବଂ ଅରଟ ଚଳାଇ ସେ ବେସ ଉତ୍ସାହିତ ଥିବା କହିଛନ୍ତି  । ସେହିପରି ଇଣ୍ଡୋ ପ୍ୟାସିଫିକ୍ ସ୍ଥତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସମ୍ଭାବନା ରହିଛି ।

Related posts

ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍, ବଜେଟ୍ରୁ ବଡ଼ ଆଶା ରଖିଛନ୍ତି ଜନତା

mahabharatanews

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

mahabharatanews