ଅପରାଧ

ଚଟଣୀ ନେଲା ଜୀବନ

(ଭୋପାଳ) ; ଚଟଣୀ ପାଇଁ ଚାଲିଗଲା ଜୀବନ । ଚଟଣୀ ଭଲ ନଲାଗିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଏମିତି ଏକ ଅବାନୀୟ ଘଟନା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ । ସୂଚନା ଅନୁଯାୟୀ , ଅପରାଓଁ ଗାଁରେ ଆନନ୍ଦ ଗୁପ୍ତା ନାମକ ବ୍ୟକ୍ତି ନିଜ ପରିବାର ସହ ରହୁଥିଲେ । ତାଙ୍କ ନିକଟରେ ଥିବା ଏକ ଜଳଖିଆ ଦୋକାନ ରୁ ପ୍ରତିଦିନ ଭଳି ସେଦିନ ଆନନ୍ଦ ଘର ପାଇଁ ଜଳଖିଆ ଆଣିଥିଲେ । କିନ୍ତୁ ଦୋକାନରୁ ଆଣିଥିବା ଚଟଣୀ ଆନନ୍ଦଙ୍କୁ ପସନ୍ଦ ଆସିଲାନି । ଏହାପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଏହି ଝଗଡା ଧିରେ ଧିରେ ଉଗ୍ର ରୂପ ନେଇଥିଲା । ସ୍ୱାମୀଜଣଙ୍କ ଏଥିରେ ରାଗିଯାଇ ଘରେ ପଡିଥିବା ଏକ ମାରଣାସ୍ତ୍ରରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ସ୍ତ୍ରୀଙ୍କ ମୁଣ୍ଡରେ ମାରଣାସ୍ତ୍ରର ଜୋରଦାର ଆଘାତ ଲାଗିଥିଲା । ପୁର ଘର ରକ୍ତରେ ଭିଜିଯାଇଥିଲା । ଏହାର କିଛି ସମୟ ପରେ ସ୍ତ୍ରୀ ଆଖିବୁଜିଥିଲେ । ବିବାଦ ସମୟରେ ଉପସ୍ଥିତ ଥିବା ଆନନ୍ଦଙ୍କ ମାଆ ଘଟଣାକୁ ସମାଧାନ କରିବାକୁ ବହୁ ଉଦ୍ୟମ କରିଥିଲେ । କିନ୍ତୁ ସେ ଅସଫଳ ହୋଇଥିଲେ ।
ସେପଟେ ହତ୍ୟାର କିଛି ସମୟ ପରେ ପୋଲିସ ଖବର ପାଇଥିଲା । ପୋଲିସ ତୁରନ୍ତ ଘଟଣାସ୍ଥଳର ପହଞ୍ଚ ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଜାରି ରଖିଛି । ହତ୍ୟାକାଣ୍ଡ ପରେ ଫେରାର ଥିବା ସ୍ୱାମୀଙ୍କୁ ଖୋଜିବା ପାଇଁ ପୋଲିସ ବିଭିନ୍ନ ଟିମ୍ ଗଠନ କରିଛି । ଅନେକ ସ୍ଥାନରେ ରେଡ୍ ଜାରି ରଖିଛି ତଦନ୍ତକାରୀ ଟିମ୍ ।

 

Related posts

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଲାଞ୍ଚ ଦାବି କରି: ଆଦର୍ଶ ବିଦ୍ୟ।।ଳୟ ପ୍ରିନସିପାଲ ଗିରଫ

mahabharatanews

ଭଡା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews