ବିଶ୍ୱ

କାଜାକିସ୍ତାନରେ ନୂଆ ନିୟମ

କାଜାକିସ୍ତାନରେ ନୂଆ ନିୟମ । ଏବେ ସାର୍ବଜନିକ ସ୍ଥାନରେ ମହିଳାମାନେ ବୁର୍ଖା ବା ଚେହେରାକୁ ଢାଙ୍କି ରଖୁଥିବା କପଡ଼ା ପରିଧାନ କରିପାରିବେ ନାହିଁ । ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେବ, ବର୍ତ୍ତମାନ ଏହି ନୂଆ ଆଇନକୁ ପାରିତ କରିଛନ୍ତି । କାଜାକିସ୍ତାନ ଦେଶର ପାଖା ପାଖି ୭୦ ପ୍ରତିଶତ ଲୋକ ଇସଲାମ ଧର୍ମକୁ ମାନିଥାନ୍ତି । ଗୋଟେପଟେ ଦୁନିଆରେ ପ୍ରାୟତଃ ମୁସଲିମ ମହିଳାମାନେ ହିଜାବ ପିନ୍ଧିଥିବା ବେଳେ, ଏବେ କିନ୍ତୁ କାଜାକିସ୍ତାନ ସରକାର ନୂଆ ନିୟମ ଆଣିଛନ୍ତି  । ଯାବାପରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶର ଧାର୍ମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇପାରେ ବୋଲି ଆଶଙ୍ଖା ବଢିଛି । ତେବେ ଆଇନରେ ସିଧାସଳଖ ଭାବେ କୌଣସି ଧର୍ମ ବା ଧାର୍ମିକ ପୋଷାକକୁ ନେଇ ଚର୍ଚ୍ଚା କରାଯାଇ ନାହିଁ ।

ମଧ୍ୟ ଏସୀୟ ଦେଶଗୁଡ଼ିକରେ ବିଗତ କିଛି ସମୟ ଧରି ବୁର୍ଖା ଓ ନକାବ ପରି ପରିଧାନ ଉପରେ କଟକଣା ଲାଗି ଆସିଛି । ଏବେ କାଜାକିସ୍ତାନ ଏହି ଲିଷ୍ଟରେ ସାମିଲ ହୋଇଯାଇଛି । କାଜାକିସ୍ତାନର ଏହି ନୂଆ ଆଇନ କହୁଛି ଯେ, ଯେଉଁ କପଡ଼ା ଦ୍ବାରା ଚେହେରାକୁ ଚିହ୍ନି ହେବନି, ତାହାକୁ ପିନ୍ଧିବାକୁ ଅନୁମତି ନାହିଁ । କେବଳ ମେଡିକାଲ କାରଣ, ଖରାପ ପାଣିପାଗ, ଖେଳ ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏପରି କପଡ଼ା ପିନ୍ଧିବାକୁ ଅନୁମତି ଦିଆଯିବ ।

Related posts

ସହାୟତା ନେଲା ବେଳେ ଦଳାଚକଟାହୋଇ ଚାଲିଗଲା ୮୫ଜୀବନ

mahabharatanews

ରୁଷର ମିସାଇଲ୍ ମାଡ଼ରେ ୨୩ ମୃତ

mahabharatanews

ପରଲୋକରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ୍ ମଲ୍ରୋନି

mahabharatanews