ଓଡିଶା

ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ

ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ପଞ୍ଚାୟତ ସମିତି ସଭା ଗୃହ ଠାରେ ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋଶାଣୀ ବ୍ଳକ ଅଧ୍ୟକ୍ଷ ବୀର ରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଗୋଶାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରି ଜେନା,ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଭ୍ୟ ଏସ୍  ବାଲରାଜୁ  ପ୍ରମୁଖ ମଞ୍ଚାସିନ ଥିଲେ। ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷା ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ,ମହିଳା ଓ ଶିଶୁ ବିଭାଗ  ଏହିଭଳି ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଆବାସ ଯୋଜନାରେ ଉପରେ ଆଲୋଚନା ହୋଇ ଥିଲା। ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଟୁଇଟ

mahabharatanews

ଉଦ୍ଧାର ହେଲା ନବଜାତ ଶିଶୁ

mahabharatanews

ଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!

mahabharatanews