ଓଡିଶା

ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡି ପାଉଁଶ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ସବୁ ପୋଡି ପାଉଁଶ ହୋଇ ଯାଇଛି । ଖଇରା ବ୍ଲକ ରୁସ୍ତମପୁର ଗ୍ରାମର ପଞ୍ଚାନନ ସେଠୀଙ୍କ ଘରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ତାଙ୍କର ପ୍ରାୟ ୩ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବର ପାଇ ଡୁଙ୍ଗୁରା ଆରଆଇ ବସନ୍ତ ପାତ୍ରଙ୍କ ଦ୍ୱାରା ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Related posts

ଯୋଡ଼ାରେ ୧୪୪ ଧାରା ଜାରି

mahabharatanews

ତରେଇଶୁଣୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

mahabharatanews

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews