ଓଡିଶା

ହାଇକୋର୍ଟର ତିନି ନୂଆ ବିଚାରପତିଙ୍କ ଶପଥପାଠ

କଟକ: ଆଜି ଓଡ଼ିଶା ହାଇକୋର୍ଟର ତିନି ନୂଆ ବିଚାରପତି ଶପଥ ନେଇଛନ୍ତି । ବିଚାରପତି ଭାବେ ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି।

Related posts

ପୌରସଂସ୍ଥା ପକ୍ଷରୁ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ତାତିରୁ ନାହିଁ ନିସ୍ତାର :ଅସ୍ତବ୍ୟସ୍ତ ଜନଜୀବନ

mahabharatanews

ଆଖି ବୁଜିଲେ ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ 

mahabharatanews