(ମଧ୍ୟପ୍ରଦେଶ) : କିଛି ଦିନ ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ଚିତାବାଘ ମୃତ୍ୟୁ ଘଟଣା । ଶୁକ୍ରବାର ଶିଓପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହି ଚିତାର ନାମ ଥିଲା ସୁରଜ । ଦୁଇ ଦିନ ତଳେ ତେଜସ ନାମକ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଥିଲା।
ସୂଚନାନୁଯାୟୀ , ଅତୀତରେ ତେଜସ ଓ ସୁରଜ ମଧ୍ୟରେ ଲଢେଇ ହୋଇଥିଲା। ଏହି ଲଢ଼େଇରେ ତେଜସ ବେକରେ ଗଭୀର ଆଘାତ ଲାଗିବାରୁ ତାର ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ସୁରଜ ମଧ୍ୟ ଗୁରୁତର ଆହତ ହୋଇଥିଲା । ଏହି ଆଘାତ ଯୋଗୁଁ ସୁରଜର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
