Uncategorized

ଜାଣନ୍ତୁ ରାମ ମନ୍ଦିର ନିର୍ମାଣ କେବେ ଶେଷ ହେବ

ନୂଆଦିଲ୍ଲୀ: ଦୀର୍ଘ ପ୍ରତିକ୍ଷାର ଅନ୍ତ ଆଜି ଘଟିଛି । ଆଜି ବହୁ ପ୍ରତିକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ହେଉଛି ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ଭୂମି ପୂଜନରେ ସାମିଲ ହୋଇଛନ୍ତି । ଏହା ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯିବ । ତେବେ ଏହି ଭବ୍ୟ ମନ୍ଦିର ନିର୍ମାଣ କେବେ ଶେଷ ହେବ ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଜିଜ୍ଞାସା ଦେଖା ଦେଇଛି । ତେବେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ମନ୍ଦିର ନିମାଣ ୨୦୧୪ ସୁଦ୍ଧା ଶେେ କରିବାକୁ ଲକ୍ଷ୍ୟ ରଖିଛି ।
ଶ୍ରୀ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସାଢେ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଟ୍ରଷ୍ଟ ମନ୍ଦିର ନିର୍ମାଣ କାର୍ଯ୍ୟ ଲାର୍ସନ ଆଣ୍ଡ ଟର୍ବୋ କମ୍ପାନୀକୁ ପ୍ରଦାନ କରିଛି । କମ୍ପାନୀକୁ ମନ୍ଦିର ନିର୍ମାଣ କାର୍ଯ୍ୟ ୩୨ ମାସ ମଧ୍ୟରେ ଶେଷ କରିବାକୁ ସମୟ ଦିଆଯାଇଛି । ଭୂମି ପୂଜନ ପରେ ପ୍ରାରମ୍ଭିକ ଦେଢ ବର୍ଷ ମନ୍ଦିରର ଭୂମି ତଳେ ନିର୍ମାଣ କ।।ର୍ଯ୍ୟ ପୂରା ହେବ । ଏହା ପରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଉପରି ଅଂଶର ନିର୍ମାଣ କାର୍ଯ୍ୟ ପୂରା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ପ୍ରକାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସାଢେ ତିନି ବର୍ଷ ଧାର୍ଯ୍ୟ ହୋଇଛି ।
ସାରା ଦେଶରେ ଯେଉଁ ସବୁ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଶିଳା ପୂଜନ ହୋଇଛି, ସେ ସବୁକୁ ଏହି ମନ୍ଦିର ନିର୍ମାଣରେ ବ୍ୟବହାର କରାଯିବ । ଏହା ବ୍ୟତୀତ ଅଯୋଧ୍ୟାର କାରସେବକ ପୂରମରେ ତିଆରି ହୋଇଥିବା କର୍ମଶାଳାରେ ଯେଉଁ ପଥର ବଛା ଯାଇଛି ତାହାକୁ ମଧ୍ୟ ବ୍ୟବହାର କରାଯିବ । ଏହି ପଥର ବ୍ୟତୀତ ଅଯୋଧ୍ୟାର କାରସେବକ ପୂରମରେ ହଜାର ହଜାର ସଂଖ୍ୟାରେ ଇଟା ମଧ୍ୟ ରଖାଯାଇଛି, ଯାହାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ଏହି ପ୍ରକାରେ ଟ୍ରଷ୍ଟ ଦ୍ୱାରା ନିର୍ଦ୍ଧାରିତ ସାଢେ ତିନି ବର୍ଷ ମଧ୍ୟରେ ଶେଷ ହେବ ମନ୍ଦିର ନିର୍ମାଣ । ୨୦୧୪ରୁ ରାମ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମନ୍ଦିରରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଦର୍ଶନ ଲାଭ କରି ପାରିବେ ।

Related posts

ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହଜାତକୁ ଗଲେ ଶର୍ଜିଲ ଇମାମ

mahabharatanews

ଆମେରିକାରେ କରୋନା ଟେଷ୍ଟ କିଟ୍ ଚୋରି

mahabharatanews

କିଚେନ ଗାର୍ଡେନରେ ଲଗାନ୍ତୁ ଏହିସବୁ ଗଛ

mahabharatanews

Leave a Comment