ଓଡିଶା

ଆଜି ଧାମନଗରରେ କମ୍ପିବ ପ୍ରଚାର ମଇଦାନ, ନବୀନ ଧରିବେ ପ୍ରଚାର ମଙ୍ଗ

ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।୧୩ଟି ସଭାରେ ଧାମନଗରବାସୀଙ୍କୁ ଉଦବୋଧନ ଦେବେ ନବୀନ । ଏହା ପୂର୍ବରୁ ଗ୍ରାଉଣ୍ଡରେ ବଢିଛି କ୍ରେଜ୍ । ନବୀନଙ୍କ ପ୍ରଚାର ଲାଗି ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ଲୋକଙ୍କ ସୁବିଧା ପାଇଁ କରାଯାଇଛି ଏଲଇଡି ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାର ସଫଳତା ଭୋଟରଙ୍କ ଆଗରେ ରଖୁଛନ୍ତି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଚାରକୁ ଜୋରଦାର କରିଛନ୍ତି ।

Related posts

ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

mahabharatanews

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

mahabharatanews

“ମା ପାଇଁ ଦିନଟିଏ”

mahabharatanews

Leave a Comment