ଓଡିଶା

ଆଜି ୧୦ ପ୍ରସ୍ତାବ ଉପରେ କ୍ୟାବିନେଟ ମାରିପାରେ ମୋହର

ଭୁବନେଶ୍ୱର : ଆଜି ଅପରାହ୍ନରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଉପରେ ହୋଇପାରେ ଆଲୋଚନା । ଏହି ବୈଠକକୁ ଅଧକ୍ଷ୍ୟତା କରିବେ ମୁଖ୍ୟମନ୍ତ୍ରୀ । ୧୦ ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବାଜିପାରେ ମୋହର । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ,ବୈଷୟିକ ଶିକ୍ଷା ସହ ଅନେକ ବିଭାଗ ଉପରେ ରହିଛି ନଜର । ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଆଇନ ବିଭାଗ ସମ୍ଭଦ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହୋଇଥିଲା । ଗତ ମାସର କ୍ୟାବିନେଟ ବୈଠକରେ ୧୭ ଟି ପ୍ରସ୍ତାବ ଉପରେ ବାଜିଥିଲା ମୋହର । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମଂଜୁରୀ ମିଳିଥିଲା ।

Related posts

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

mahabharatanews

ଟ୍ରାକ୍ଟର ଚକା ତଳେ ଚାପି ହୋଇ ନାବାଳକ ମୃତ

mahabharatanews

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

Leave a Comment