ଓଡିଶା

ଆଜି ଅସହ୍ୟ ତାତି, ୩୦ ଡିଗ୍ରୀ ଉପରେ ରହିଛି ୬ ଟି ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ସକାଳୁ ସକାଳୁ ଅସହ୍ୟ ତାତି ଅନୁଭବ ହୋଇଛି । ତେବେ ୩୦ ଡିଗ୍ରୀ ଉପରେ ରହିଛି ୬ ଟି ସହରର ତାପମାତ୍ରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ।ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୁରୀରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୧.୬ ଡ଼ିଗ୍ରୀ, ଚାନ୍ଦବାଲି ୩୦.୮ ଡ଼ିଗ୍ରୀ, କେନ୍ଦୁଝର ୩୦.୪ ଡ଼ିଗ୍ରୀ, ଝାରସୁଗୁଡା ୩୧ ଡ଼ିଗ୍ରୀ ରେକର୍ଡ । ପାରାଦୀପ ୨୯.୮ ଡ଼ିଗ୍ରୀ, ସମ୍ବଲପୁର ୨୯.୨ ଡ଼ିଗ୍ରୀ, ଗୋପାଳପୁର ୨୮.୬, ଡ଼ିଗ୍ରୀ ହୀରାକୁଦ ୨୮ଡ଼ିଗ୍ରୀ ରେକର୍ଡ କରାଯାଇଛି ।୪ ଜିଲ୍ଲାକୁ ହିଟ୍ ୱେଭ ଆଲର୍ଟ ଜାରି ହୋଇଛି । ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କାରଣରୁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି। ତେଣୁ ଆଗାମୀଦୁଇ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବା ନେଇ ପୂର୍ବାନୁମାନକରିଛି ପାଣିପାଗ କେନ୍ଦ୍ର। ତେବେ ୧୬ ତାରିଖ ପରେ ସାମୁଦ୍ରିକ ଜଳୀୟବାଷ୍ପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି।

Related posts

ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି

mahabharatanews

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews

କୃଷକ ଓ ଶ୍ରମିକ ବିରୋଧୀ ନୀତିର ପ୍ରତିବାଦ

mahabharatanews