ଓଡିଶାପର୍ବ ପର୍ବାଣି

ପାଳିତ ହେଲା ଆଦିବାସୀଙ୍କ ଟୋକିମରା ପର୍ବ, ହଜାର ହଜାର ଜନ ସମାଗମ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା, ଭେଜିଗୁଡା ଓ ତୁମରିଖୋଲରେ ପାଳିତ ହୋଇଛି ଆଦିବାସୀଙ୍କ ଅନନ୍ୟ ପର୍ବ ଟୋକିମରା ପର୍ବ। ଚିର୍କାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଆଦିବାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଗାଁରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ନିଶାନ ବାଦ୍ୟ ନେଇ  ନାଚିଡେଇଁ ରୀତିନୀତି ଅନୁଯାୟୀ ପର୍ବରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଛନ୍ତି। ବୋଦା ବଳି ଦେବା ସହ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀମାନେ ମାଉସ ନେଇ ନିଜ ନିଜ ଗାଁ କୁ ଫେରିଛନ୍ତି। ଏହାକୁ ନିଜ କ୍ଷେତ ଓ ଘରେ ପୋତିଳେ ଧରଣୀ ମାତା ତାଙ୍କୁ ଆଶ୍ରିବାଦ କରିଥାନ୍ତି ବୋଲି ତାଙ୍କର ଆସ୍ଥା ରହିଆସିଛି।

ଏହି ପର୍ବରେ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିବାବେଳେ ଲୋକେ ଏହି ପର୍ବରେ ସାମିଲ ହୋଇ ଖୁସି ମାନଇଛନ୍ତି। କଳାହାଣ୍ଡି ଓ ରାୟଗଡା ଜିଲ୍ଲାର କନ୍ଦ ଓ ପରଜା ସମ୍ପ୍ରଦାୟର ଲୋକେ ଧରିଣୀ ପେନୁ ବା ପୃଥିବୀ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପର୍ବକୁ ପାଳନ କରିଥାନ୍ତି। ତାଙ୍କର ବିଶ୍ୱାସ ଯେ ବଳି ଦେବା ଦ୍ୱାରା ଗାଁ ରୋଗମୁକ୍ତ ହେବା ସହ ବର୍ଷା, ଫସଲ ଭଲ ହୋଇ ସମାଜରେ ସମୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। ପୂର୍ବରୁ ଏହି ପର୍ବରେ ଏକ କୁଆରୀ ଝିଅକୁ ବଳି ଦିଆଯାଉଥିଲା। ଯାହାକୁ ମେରିଆ ବଳି ବୋଲି କଥା ରହିଛି। କିନ୍ତୁ ଧୀରେ ଧୀରେ ସମାଜରେ ଶିକ୍ଷା ଓ ସଚେତନତା ସୃଷ୍ଟି ହେବା ପରେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ମଧ୍ୟ ବୋଦା ବଳି ଉତ୍ସର୍ଗ ଚାଲି ଆସିଛି।

Related posts

ଟ୍ରେନ ଲାଇନରେ ଶରୀର ଦୁଇ ଖଣ୍ଡ

mahabharatanews

ମାଓବାଦୀ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ରୁଦ୍ଧାର କଲେ ଯବାନ

mahabharatanews

ପୁଲିସ ଗାଡି ଜବତ କରି ପାରିବ ନାହିଁ ହାଇକୋର୍ଟ

mahabharatanews