ଓଡିଶା

ନବୀନ ନିବାସରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ‌ବ୍ଲେୟାର 

(ଭୁବନେଶ୍ୱର) : ଗତକାଲି ଅର୍ଥାତ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ‌ବ୍ଲେୟାର ସାକ୍ଷାତ କରିଛନ୍ତି। ଚଳିତ ମାସ ୨୧ରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ୍ ଚେଞ୍ଜେସ୍‌ (ଟିବିଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଥିଲା। ଓଡ଼ିଶା ପାଇଁ ଏକ ବ୍ୟାପକ ଅର୍ଥନୈତିକ ରଣନୀତି ପ୍ରସ୍ତୁତ କରିବାରେ ଏହି ପ୍ରତିଷ୍ଠାନ ସାହାଯ୍ୟ କରିବ ବୋଲି ଆଶା ରହିଛି  । ଟିବିଆଇ ପକ୍ଷରୁ ୨୪ ମାସ ପାଇଁ ୪ ସମ୍ବଳ ମୂତୟନ କରାଯିବ। ଇନଷ୍ଟିଚ୍ୟୁଟ୍‌ର ନେତୃତ୍ବ ମଣ୍ଡଳୀ ଓ ବିଶେଷଜ୍ଞଙ୍କ ଅଧୀନରେ ପ୍ରକଳ୍ପ ଟିମ୍ କାର୍ଯ୍ୟ କରିବ।

ସୂଚନାନୁଯାୟୀ , ଟିବିଆଇ ପ୍ରଦାନ କରିଥିବା ପ୍ରାରମ୍ଭିକ ପ୍ରସ୍ତାବଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିବା ବେଳେ ରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ସଫଳତା ଓ ୫-ଟି ଅଭିଯାନ ପାଇଁ ଶ୍ରୀ ବ୍ଲେୟାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

Related posts

ମାଙ୍କୁ ଦେଖି ଭାବ ବିହ୍ୱୋଳ ଭକ୍ତ: ତୃତୀୟ ଦିନରେ ଯାତ୍ରା

mahabharatanews

ମିଜାଇଲ ପରୀକ୍ଷଣ ପାଇଁ ୮ ହଜାର ଲୋକ ଅସ୍ଥାୟୀଭାବେ ସ୍ଥାନାନ୍ତର

mahabharatanews

ଛତିଶଗଡ଼ ଓ ରାଜସ୍ଥାନ ପରେ ଓଡିଶା ସରକାର ପୁରୁଣା ପେନସନ୍ ଯୋଜନା ଘୋଷଣା କରନ୍ତୁ

mahabharatanews