ୱାସିଂଟନ: ପରିବେଶ କର୍ମୀ ଗ୍ରେଟା ଥନବର୍ଗ ବହୁବାର ଆମେରିକାକୁ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ କରିଛନ୍ତି । ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଗ୍ରେଟା ଥନବର୍ଗଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ଦବୋସରେ ଜାରି ୱାଲ୍ଡ ଇକୋନୋମିକ ଫୋରମ (ଡବ୍ଲୁଇଏଫ)ରେ ସଂବୋଧନ କାଳରେ ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଗ୍ରେଟାଙ୍କୁ ନେଇ ପ୍ରଶ୍ନ କରାଯାଇଥିଲା ।
ମଙ୍ଗଳବାର ଦିନ ଟ୍ରମ୍ପ ଡବ୍ଲଇଏଫରେ ସମ୍ବୋଧନ ଦେଉଥିବା ସମୟରେ ଗ୍ରେଟାଙ୍କ ସମ୍ପର୍କରେ ସେ କଣ କହିବେ ବୋଲି ପଚରା ଯିବାରୁ ସେ କହିଥିଲେ, ଆମେମାନେ ଏକ ଟ୍ରିଲିୟନ ବୃକ୍ଷ ରୋପଣ କାମ କରୁଛୁ । ମୁଁ ପରିବେଶ ଉପରେ ବିଶ୍ୱାସ କରେ । ତେଣୁ ଆମେରିକାରେ ପରିବେଶ ଅନୁକୂଳ ଅନେକ ଉନ୍ନତ କାମ ଚାଲିଛି । ମୁଁ ସବୁଠାରୁ ଶୁଦ୍ଧ ପାଣି ଓ ସବୁଠାରୁ ଶୁଦ୍ଧ ବାୟୁ ଚାହୁଁଛି ବୋଲି ଟ୍ରମ୍ପ କହିଥିଲେ ।
ସୂଚନାଯୋଗ୍ୟ, ୧୭ ବର୍ଷୀୟା ଯୁବା ପରିବେଶକର୍ମୀ ଗ୍ରେଟା ଧନବର୍ଗଙ୍କୁ ଟ୍ରମ୍ପ ବହୁବାର ଟାର୍ଗେଟ କରିଛନ୍ତି । ଗ୍ରେଟାଙ୍କୁ ଟ୍ରମ୍ପ ସ୍କୁଲ ଟିବାକୁ ଓ ଫିଲ୍ମ ଦେଖିବାକୁ ପରାମର୍ଶ ଦେଇସାରିଛନ୍ତି ଓ ପ୍ରତ୍ୟେକ ଥର ଗ୍ରେଟା ଟ୍ରମ୍ପଙ୍କୁ କଡା ଜବାବ ଦେଇଛନ୍ତି ।
previous post
next post