ଭାରତ

୪୧ ଶ୍ରମିକଙ୍କ ପାଇଁ ଜଳଖିଆରେ ସିଝା ଅଣ୍ଡା, କ୍ଷୀର, ଚା’ ଓ ଦଲିଆ

(ଉତ୍ତରାକାଶି) :  ଉତ୍ତରକାଶୀର ସିଲ୍‌କିୟାରା ସୁଡ଼ଙ୍ଗ (ଟନେଲ)ର ଭୁଶୁଡ଼ି ପଡ଼ିଥିବା ଏକ ଅଂଶରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ୍‌ରେ ବାରମ୍ବାର ବାଧା ଉପୁଜିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି। ଏପରିସ୍ଥିତିରେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉତ୍ସାହିତ କରି ରଖିବା ପାଇଁ ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ସୂଚନାନୁଯାୟୀ , ଶ୍ରମିକମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ‘ପ୍ରଥମେ ଆମେ ସେମାନଙ୍କୁ ଜୁସ୍‌ ଏବଂ ଏନର୍ଜି ଡ୍ରିଙ୍କ୍‌ ଦେଉଥିଲୁ। କିନ୍ତୁ ଏବେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ମିଳୁଛି। ସକାଳେ ଆମେ ସେମାନଙ୍କ ପାଇଁ ସିଝା ଅଣ୍ଡା, କ୍ଷୀର, ଚା’ ଓ ଦଲିଆ ପଠାଉଛୁ ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ସେମାନଙ୍କୁ ଡାଲି, ଭାତ, ରୁଟିି ଓ ପରିବା ତରକାରୀ ଦିଆଯାଉଛି। ବାଢ଼ିକି ଖାଇବା ପାଇଁ ସେମାନଙ୍କୁ ଡିସ୍ପୋଜେବଲ୍‌ ପ୍ଲେଟ୍‌ ମଧ୍ୟ ଦିଆଯାଇଛି।’‘ସେମାନଙ୍କୁ ହାଇଡ୍ରେଟେଡ୍‌ ରଖିବା ପାଇଁ,ସେମାନଙ୍କୁ ଓଆରଏସ୍‌ ପାଉଡର୍ ପିଇବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ଆଇ ଡ୍ରପ୍‌, ଭିଟାମିନ୍‌ ବଟିକା ଏବଂ ଅନ୍ୟାନ୍ୟ ପାନୀୟ ମଧ୍ୟ ଦିଆଯାଉଛି’ ବୋଲି ଡାକ୍ତର ପୋଖରିଆଲ କହିଛନ୍ତି ଏବଂ ପ୍ରଚୁର ଶୁଖିଲା ଫଳ (ଡ୍ରାଇ ଫ୍ରୁଟ୍‌) ଏବଂ ବିସ୍କୁଟ୍‌ ମଧ୍ୟ ସେମାନଙ୍କ ପାଖରେ ମହଜୁଦ୍‌ କରି ରଖାଯାଇଛି।

Related posts

ଉତ୍ତରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ,୩ଜୀବନ୍ତ ଦଗ୍ଧ

mahabharatanews

ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ

mahabharatanews

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଆଉ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

mahabharatanews