ଅପରାଧ

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ, ବନ୍ଧାହେଲେ ଟ୍ୟୁସନ ସାର

(ଗୋପ): ନାବାଳିକା ଛାତ୍ରୀଙ୍କୁ ଅପହରଣ କରିବା ପରେ ତା ସହ ଦୁଷ୍କର୍ମ କରିଛନ୍ତି ଟ୍ୟୁସନ ସାର । ଘଟଣାର ୨ ଦିନ ପରେ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଟ୍ୟୁସନ ସାରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଉକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗୋପ ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଜନୈକ ବ୍ୟକ୍ତି ଟ୍ୟୂସନ କରୁଥିଲେ । ତାଙ୍କ ପାଖକୁ ଅନ୍ୟ ଏକ ଗାଁର ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଟ୍ୟୁସନ ହେବା ପାଇଁ ଆସୁଥିଲେ । ଦୁଇ ଦିନ ତଳେ ଟ୍ୟୁସନ କରୁଥିବା ବ୍ୟକ୍ତି ଜଣକ ନାବାଳିକା ଛାତ୍ରୀକୁ ପ୍ରଲୋଭନ ଦେଖାଇ ଏକ ଉପହାର ଦେବାକୁ କହି କେଉଁଆଡେ ନେଇ ଯାଇଥିଲେ । ଛାତ୍ରୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ । ଶେଷରେ ଏନେଇ ଗୋପ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ସକାଳେ ଟ୍ୟୁସନ ସାର ଉକ୍ତ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହେବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ତାଙ୍କର ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି ।

Related posts

୧୦୫ ଗ୍ରାମର ଧଳା ଜହର ଜବତ କଲା ପୋଲିସ

mahabharatanews

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

mahabharatanews

ବଢୁଛି ସାଇବର ଠକେଇ ମାମଲା ;ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍

mahabharatanews

Leave a Comment