ଓଡିଶା

 ହାତୀ ଆକ୍ରମଣରେ ଗଲା ୨ଜୀବନ

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ହାତୀ ଆକ୍ରମଣରେ ଗଲା ଜୀବନ । ଗତ ରାତିରେ ଦୁଇ ଜଣଙ୍କୁ ଦଳିଦେଇଛି ହାତୀ । ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାନୁଯାୟୀ , ମୃତକ ଦୁଇ ଜଣ ହେଉଛନ୍ତି ୧୮ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଗ୍ରାମବାସୀ । ରାତି ପ୍ରାୟ ୧୦ଟା ବେଳେ ହାତୀଟି ଗାଁ ମୁହାଁ ହୋଇ ଦୁଇ ଜଣଙ୍କୁ ଆକ୍ରମଣ କରିଛି । ଆକ୍ରମଣରେ ଜଣେ ଯୁବକ ଓ ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଶରଧାପୁର ଗାଁର ଗୁରୁ ନାଏକ ଘର ନିକଟରେ ବୁଲୁଥିବା ବେଳେ ହଠାତ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Related posts

ଶିଆଳ ଆକ୍ରମଣରେ ୧୦ରୁ ଅଧିକ ଖଣ୍ଡିଆ ଖାବରା

mahabharatanews

ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅଞ୍ଚଳବାସୀ

mahabharatanews

ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ

mahabharatanews