ଓଡିଶା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଛ ଦେଇ କୃତଜ୍ଞତା ଜଣାଇଲେ , ମସୁଣିହତା ବାସୀ

କଣିହାଁ/ଜ୍ୟୋତିରଞ୍ଜନ ଧର : ମସୁଣିହତା କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ ରାଶି, ମିଳିଲା ନୋଟିସ୍ । କ୍ଷତିଗ୍ରସ୍ତ ଭୂବନେଶ୍ୱରସ୍ଥିତ ଆଓସିଏଲ୍ କାର୍ଯ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁକ୍ରବାର ଶୁଭେଛା ସହିତ କୃତଜ୍ଞତା ଜଣାଇଛନ୍ତି । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ମସୁଣିହତାର ଘଟଣା । ସୂଚାନୁସାରେ , ଦୀର୍ଘ ଦୁଇବର୍ଷରୁୁ ଉର୍ଦ୍ଧ୍ୱ ସମୟ ଧରି ଏନ୍ଟିପିସି ଭୂଅର୍ଜନ କାର୍ଯ୍ୟାଳୟରେ ମସୁଣିହରା କ୍ଷତିଗ୍ରସ୍ତଙ୍କ ଅଟକ ରହିଥିବା ୬କୋଟି ୨୬ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି ।

ଏପରିକି କ୍ଷତିପୂରଣ ରାଶି କ୍ଷତିଗ୍ରସ୍ତଙ୍କୁ ପ୍ରଦାନ ନିମନ୍ତେ ଗତକାଲି ନୋଟିସ୍ ପ୍ରଦାନ କରାଯାଇଛି । ଏହି ନ୍ୟାର୍ଯ୍ୟ କ୍ଷତିପୂରଣ ରାଶି ପାଇବା ପାଇଁ ଆନ୍ଦୋଳନ, ଧାରଣା, ପ୍ରଶାସନିକ ସ୍ତରରେ ବାରମ୍ବାର ବୈଠକ ହୋଇଥିଲେ , ସୂଧାବି କୈାଣସି ସୁଫଳ ମିଳିନଥିଲା । ଗତ ୧୪ମେ’ ମାସରେ ଏନଟିପିସି, କଣିହାଁ ଗ୍ରସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏନ୍ଟିପିସି ହିମଗିରି ଅତିଥି ଭବନକୁ ଆସିଥିବା ବେଳେ ମସୁଣିହତା ଗ୍ରାମର ଏକ ପ୍ରତିନିଧି ଦଳ ଭେଟି ନିଜ ଦୁଃଖ ଅବଗତ କରିଥିଲେ । ପରିବେଶ ମଞ୍ଜୁରୀ ବାହାନା ଦେଖାଇ କ୍ଷତିପୂରଣରାଶି ଅଟାକାଇ ଦିଆଯାଇଥିଲା । ଏନେଇ ଏନ୍ଟିପିସି କର୍ତୃପକ୍ଷଙ୍କୁ ତୁରନ୍ତ ଜମିହରାଙ୍କ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଚାରି ମାସ ଭିତରେ କ୍ଷତିପୂରଣ ମିଳିବାର ନୋଟିସ ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ଆସୁଥିବାର ସୂଚନା ପାଇ ଶୁକ୍ରବାର ମସୁଣିହତା ଗ୍ରାମର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରି କୃତଜ୍ଞତା ସହ ଶୁଭେଛା ଜଣାଇଛନ୍ତି । ଏହି ଅବସରରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କୁହନ୍ତି ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ବିଜେପିର କାମ । କଥା ନୁହେଁ କାମରେ କରି ବିଜେପି ଦେଖାଏ । ଜନତାଙ୍କ ହକ୍ ପାଇଁ ବିଜେପି ସାଲିସ୍ କରେନାହିଁ, କି ବାହାଷ୍ପଟ୍ ମାରେନାହିଁ । ସଠିକ୍ ସମୟରେ ଜନତା ଉଚିତ୍ ବିରୋଧୀଙ୍କୁ ଉଚିତ ଜବାବ୍ ଦେବେ। କାର୍ଯ୍ୟକର୍ତ୍ତାଙ୍କୁ ଏଭଳି ଗୁରୁମନ୍ତ୍ର ଦେଇ ଆଗକୁ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଥାଉକି, ନୂତନ ପାଉଁସ ପୋଖରୀ ନିର୍ମାଣ ନିମନ୍ତେ ଏନଟିପିସି ପକ୍ଷରୁ କଣିହାଁ ତହସିଲ୍ ଅଧିନସ୍ଥ ମସୁଣିହତା ଗ୍ରାମର ୧୦୯ଏକର ଜମିଜମା ଅଧିଗ୍ରହଣ ହୋଇଥିଲା ।

କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଗତ୨୨-୧୦-୨୦୨୦ରେ ଜମିହରାଙ୍କୁ ନୋଟିସ୍ ମିଳିଥିଲା । କିନ୍ତୁ କେତେକ କ୍ଷତିଗ୍ରସ୍ତଙ୍କୁ ୨କୋଟି ୩୨ଲକ୍ଷ ପ୍ରଦାନ କରାଯାଇଥିଲା ବେଳେ ବଳକାରାଶି ପରିବେଶ ମଞ୍ଜୁରୀ ଆଳଦେଖାଇ ଅଟକାଇ ଦିଆଯାଇଥିଲା ବୋଲି ମସୁଣୀହତା ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି । ଆଜି ଗ୍ରାମବାସୀଙ୍କ ପ୍ରତିନିଧି ଦଳରେ ମନମୋହନ ସାହୁ, ପ୍ରଫୁଲ ନାଏକ, ବିଘ୍ନେଶ୍ୱର ପ୍ରଧାନ, ସୁଧାକର ସାହୁ, ପିଣ୍ଟୁ ପ୍ରଧାନ, ବାବୁଲି ବେହେରା, ବିଜୟ ବେହେରା, ଶ୍ରୀମନ୍ତ ସାହୁ, ବିଭୂତି ବେହେରା,ନିର୍ମଳ ପ୍ରଧାନ ପ୍ରମୁଖ ମସୁଣିହତା ଗ୍ରାମର କ୍ଷତିଗ୍ରସ୍ତ ପହଁଚି କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଶୁଭେଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହଧର୍ମୀଣୀ ମୃଦୁଳା ଠାକୁର ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ ତଥା ଭାରତ ସରକାରଙ୍କ ନିଗମ ଅଧକ୍ଷ କାଳନ୍ଦୀ ସାମଲ, ପୂର୍ବତନ ସରପଞ୍ଚ ତଥା କଣିହାଁ ମଣ୍ଡଳ ବିଜେପି ସଭାପତି ଦେବେନ୍ଦ୍ର ବାରିକ୍, ଏସ୍ସି ମୋର୍ଚା ରାଜ୍ୟ ଭାଜପାର ବରିଷ୍ଠ ନେତା ଏ.ବି.ଚନ୍ଦନ ସ୍ୱରାଜ ଉପସ୍ଥିତ ଥିଲେ ।

Related posts

ବିଦ୍ୟୁତ ଆଘାତରେ ନାତି, ଜେଜେମା ମୃତ

mahabharatanews

ଆଜିଠୁ ରାଜ୍ୟରେ ବର୍ଷା

mahabharatanews

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

mahabharatanews