ଓଡିଶା

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ

(କଟକ):  ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଆଜି ସକାଳେ ପହଞ୍ଚି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶନିବାର ରାତିରେ ଧବଳେଶ୍ୱରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳ ୮ଟା ବେଳେ ଅଶ୍ୱିନୀ ବୈଷ୍ଣବ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ସୂଚନାନୁଯାୟୀ , କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଠଗଡ଼ରେ ବିଜେପି କୋର କମିଟି ବୈଠକରେ ଯୋଗ ଦେବେ। ଏଠାରେ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ। ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ବି ରହିଛି। ପରେ ସେ ଚମ୍ପେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।

Related posts

ଉପକୂଳ ସୁରକ୍ଷା ନେଇ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩

mahabharatanews

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

mahabharatanews

ସରକାରକୁ ସୁହାଇବା କାର୍ଯ୍ୟରେ ଲିପ୍ତ ବିରୋଧୀ

mahabharatanews