Uncategorized

ଆମେରିକା ଦେଲା ପାଲଟା ଜବାବ

ଆମେରିକା: ନିଜ କଲା କର୍ମର ଫଳ ପାଇଛନ୍ତି କାବୁଲ ସିରିଜ ବିସ୍ଫୋରଣର ମାଷ୍ଟର ମାଇଣ୍ଡ । ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ଆକେରିକାର ୧୦ରୁ ଅଧିନ ସୈନିକଙ୍କ ସମେତ ୧୦୦ରୁ ଅଧ୍ଖଳ ଲୋକ ପ୍ରାଣ ହରାଇ ସାରିଛନ୍ତି । ଯାହାର ପଳ ଏବେ ନିଜ ଜୀବନ ଦେଇ ଭୋଗିବାକୁ ପଡିଛି ସେମାନଙ୍କୁ ।
କାବୁଲରେ ହୋଇଥିବା ଏହି ବିସ୍ଫୋରଣର ପ୍ରତିଶୋଧ ନେଇଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆପଗାନିସ୍ତାନର ISIS-K ଆଡ୍ଡା ପରେ ଏୟାରଷ୍ଟ୍ରାଇକରେ ଆମେରିକା କରିଛି ଆକ୍ରମଣ । ଆମେରିକାର ଏହି ଆକ୍ରମଣରେ କାବୁଲ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ମଧ୍ୟ ନିହତ ହୋଇଥିବା ଜଣାପଡିଛି । କାବୁଲ ଉପରେ ବୋମା ପକାଇଥିବା ଆତଙ୍କବାଦୀ ସଙ୍ଗଠନ ଉପରେ ଆମେରିକା ନେଇଚି ଏକ ବଡ ପଦକ୍ଷେପ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହା ପୂର୍ବରୁ ଏହାର ଜବାବ ଦେବୁ ବୋଲି କହି ଚେତାବନୀ ଦେଇଥିଲେ । ଏଥିସହ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ।
ଏହାପରେ ସେ ତାଙ୍କ କଥା ରଖିଛନ୍ତି । ଆଫଗାନିସ୍ତାନ-ପାକିସ୍ତାନ ସୀମା ନିକଟ ନଙ୍ଗରହାର ନିକଟରେ ଆମେରିକା କରିଛି ବିସ୍ଫୋରଣ । ତେବେ ଏହି ଆକ୍ରମଣରେ ମାଷ୍ଟର ମାଇଣ୍ଡ ମଧ୍ୟ ପ୍ରାଣ ହରାଇଥିବା କୁହାଯାଉଛି ।

Related posts

ନୂଆବର୍ଷରେ ଆତଙ୍କୀଙ୍କ ଗୁଳିବର୍ଷା, ନୌସେରାରେ ୨ ଯବାନ ଶହୀଦ

mahabharatanews

ବାହାଘର ଭୋଜିକୁ ଶ୍ମଶାନ କଲା ବିଜୁଳି

mahabharatanews

ଦେଶରେ ଗୋଟିଏ ଦିନରେ ୧୪ ହଜାର ୯୩୨ନୂଆ ଆକ୍ରାନ୍ତ

mahabharatanews