ଭାରତ

ଖୁବଶୀଘ୍ର ବାହାରିବେ ୪୧ ଶ୍ରମିକ , ଆମ୍ବୁଲାନ୍ସ  ନିୟୋଜିତ 

(ଉତ୍ତରାଖଣ୍ଡ) : ଗତ ୧୧ ଦିନ ଧରି ଉତ୍ତରାଖଣ୍ଡର ସିଲ୍କିଆରା ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏଭଳି ପରିସ୍ଥିତିରେ, ଭିତରେ ଫସି ରହିଥିବା ଶ୍ରମିକମାନେ ଶୀଘ୍ର ବାହାରକୁ ଯିବାର ଆସ ବୃଦ୍ଧି ପାଇଛି । ଟନେଲର ପ୍ରବେଶ ସ୍ଥାନଠାରୁ ପ୍ରାୟ ୯୩ ମିଟର ପର୍ଯ୍ୟନ୍ତ ଆଗର୍ ମେସିନ୍ ଦ୍ୱାରା ଏକ ୮୦୦ ମିଲିମିଟର ପାଇପ୍ ଖୋଳାଯାଇଛି । ଯାହା ପରେ ପ୍ରାୟ ୨୫-୩୦ ମିଟର ଖନନ କାର୍ଯ୍ୟ ବାକି ରହିଲା। ଏଭଳି ପରିସ୍ଥିତିରେ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ଖନନ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।

ସୂଚନାନୁଯାୟୀ , ଯାହା ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯିବ । ଯୁଦ୍ଧକାଳୀନ ପଦକ୍ଷେପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ସିଲ୍କିରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ । ଟନେଲରେ ଏକ ବଡ଼ ଧରଣର ଭୂସ୍ଖଳନ ହେତୁ ଗତ ୧୧ ଦିନ ମଧ୍ୟରେ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି ।

Related posts

ମନୀଷ ସିସୋଦିଆଙ୍କ ଶୁଣାଣି ସ୍ଥଗିତ

mahabharatanews

ବାଲୁକା କଳାରେ ଭାରତ ବିକାଶର ଚିତ୍ର

mahabharatanews

ନୋଏଡା ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନା ସଂକ୍ରମିତ

mahabharatanews