ନୂଆଦିଲ୍ଲୀ: ଭାରତରେ ଖୁବ ଶୀଘ୍ର ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ଆଶାର ସଂଚାର ହୋଇଥିବା ବେଳେ ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଡାକ୍ତର ଭରେଶ ଡେଢିଆ କହିଛନ୍ତି, ଟୀକା ସମ୍ପୂର୍ଣ୍ଣ ସଂକ୍ରମଣ ରୋକିବା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ମାସ୍କ ବ୍ୟବହାର , ସାମାଜିକ ଦୂରତା, ନିୟମିତ ହାତ ସଫା କରିବା ପରି କୋଭିଡ କଟକଣାକୁ ମାନି ଚଳିବାକୁ ହେବ ।
କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଆମକୁ ୬ ମାସରୁ ୧ ବର୍ଷ ଅପେକ୍ଷା କରିବାକୁ ହେବ । ସେପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ବାହାରେ ବୁଲାବୁଲି ଆଦିରୁ ଦୂରେଇ ରହିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି।