ନିୟମଗିରି: ନିୟମଗିରିରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି ଟୀକାକରଣ ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା, ଜାତି ଓ ଜନଜାତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ନିୟମିଗିରି ଗ୍ରସ୍ତ କରି ଡଙ୍ଗରିଆ କନ୍ଧଙ୍କ ପାଇଁ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କ ଟୀକାକରଣର ଶୁଭାରମ୍ଭ କରିଛନ୍ତି । ସେଠାରେ ଅଫଲାଇନରେ ୧୮ରୁ୪୪ ବର୍ଷର ୨୦୦ ସହ ଯୁବକଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା କରାଯାଇଛି । ନିୟମଗରିରେ ବାସ କରୁଥିବା ଆଦିମ ଜନଜାତି ୬୦ରୁ୬୫ ଭାଗ ୪୫ ବର୍ଷ ବ୍ୟକ୍ତିକୁ ଟୀକାକରଣ ସରିଥିବା ବେଳେ ଆଗାମୀ ଦିନରେ ସମସ୍ତେ କିପରି ଟୀକା ନେବେ ସେନେଇ ସୁନିଶ୍ଚିତ କରାଇବାକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବେଲି ସଂଜୟ ଦାସ ବର୍ମା କହିଥିଲେ ।
