ଓଡିଶା

୪ ମାସ ମଧ୍ୟରେ ରାଜ୍ୟରେ ଶେଷ ହେବ ଟୀକାଦାନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ଭିତରେ ରାଜ୍ୟରେ ଶେଷ ହେବ ଟୀକାକରଣ । ଯଦି ଟୀକା ଆମଦାନୀରେ କୌଣସି ଅସୁବିଧା ନ ରହେ ତେବେ ଆଗାମୀ ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ପର୍ଯ୍ୟନ୍ତ ମୋଟ ୨ କୋଟି ୨୦ ଲକ୍ଷ ଟୀକାଦାନ ସଫଳ ହୋଇଛି । ସେମାନଙ୍କ ମଧ୍ୟରେ ୧ କୋଟି ୬୬ ଲକ୍ଷ ପ୍ରଥମ ଡୋଜ ନେଇଥିବା ବେଳେ ୫୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ଗ୍ରହଣ କରିଛନ୍ତି । ତେବେ ଏହା ହେଉଛି ୫୪% ଟୀକାକରଣ । ବାକି ଥିବା ଲୋକମାନଙ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ଟୀକା ଦେବା ପ୍ରକ୍ରିୟା ଶେଷ ହୋଇଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏବେ କୋଭିସିଲ୍ଡ ୨୮ ଲକ୍ଷ ୫୪ ହଜାର ଏବଂ କୋଭାକ୍ସିନ ୪ ଲକ୍ଷ ୫୪ ହଜାର ଟୀକା ଗଚ୍ଛିତ ହୋଇ ରହିଥିବା ସୂଚନା ମିଳିଛି । ତେଣୁ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ବାକି ରହିଛି ସେମାନଙ୍କୁ ଏବଂ ଶିକ୍ଷକ ମାନଙ୍କୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

ପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ

mahabharatanews

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ

mahabharatanews