ଆଦିମ କାଳରେ ପ୍ରକୃତି କୋଳରେ ରହୁଥିଲା ମଣିଷ । ବଣଜଙ୍ଗଲ ଆଉ ପାହାଡ଼ ପର୍ବତ ଥିଲା ତାଙ୍କର ଠିକଣା । ପ୍ରାଚୀନ ସମୟର ଲୋକମାନେ ଯାଯାବର ଜୀବନ ବିତାଉଥିଲେ । ସମସ୍ତେ ଶିକାର କରି ଭୋକ ମେଣ୍ଟାଉଥିଲେ ଓ ଗଛର ଛାଲି ପିନ୍ଧି ଲଜ୍ଜା ନିବାରଣ କରୁଥିଲେ । ତା’ପରେ ଧୀରେ ଧୀରେ ଚାଷ କାମ କରି ଶିଖିଲେ । ପ୍ରକୃତି ସହ ସେମାନଙ୍କ ସମ୍ପର୍କ ଅତି ନିବିଡ଼ ଥିଲା । ପରେ ସମୟର ତାଳେ ତାଳେ ଭାଷା, ସଂସ୍କୃତି, ସମାଜ ସହ ଅବଗତ ହେଲା ମଣିଷ । ଆଉ ଏବେ କ୍ରଂକ୍ରିଟ ଜଙ୍ଗଲ ହିଁ ପାଲଟିଛି ମାନବ ସମାଜର ଠିକଣା । ତେବେ ଆଜି ବି ବିଶ୍ୱରେ ଏପରି କିଛି ଜନଜାତି ରହିଛନ୍ତି, ଯେଉଁମାନେ କୋଳାହଳପୂର୍ଣ୍ଣ ଦୁନିଆରୁ ଦୂରେଇ ଏକୁଟିଆ ରହିବା ପାଇଁ ପସନ୍ଦ କରୁଛନ୍ତି । କିଛି ଏପରି ଜନଜାତି ଅଛନ୍ତି, ଯେଉଁମାନଙ୍କ ସହ ସମ୍ପର୍କ କରାଯାଇ ପାରୁନି । ନିକଟରେ ଏପରି ଏକ ଜନଜାତିର କିଛି ଲୋକ ହଠାତ୍ ନଦୀ କୂଳରେ ଥିବା ଜଙ୍ଗଲ ବାହାରେ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ହ୍ୟୁମାନ ରାଇଟ୍ସ ଅର୍ଗାନାଇଜସେନ୍ ସର୍ଭାଇଭାଲ ଇଣ୍ଟରନ୍ୟାସନାଲ ପକ୍ଷରୁ ଏପରି ଏକ ଭିଡିଓ ଜାରି କରାଯାଇଛି । ଭିଡିଓଟି ଆମାଜନ ଜଙ୍ଗଲ ଆଖପାଖର ବୋଲି ଜଣାପଡ଼ିଛି । ଏହି ଭିଡିଓରେ ପ୍ରାୟ ୫୦ ଜଣ ଲୋକ ବୁଲାବୁଲି କରୁଥିବା ଆସୁଛନ୍ତି । ଏମାନେ ହେଉଛନ୍ତି ମସ୍କୋ ପିରୋ ଜନଜାତିର ଲୋକ । ବିଶ୍ୱର ସବୁଠାରୁ ଅଧିକ ଲୋକ ଥିବା ଜନଜାତି, ଯାହାଙ୍କ ସହିତ ଯୋଗାଯୋଗ କରାଯାଇ ପାରିନାହିଁ ।
New & extraordinary footage released today show dozens of uncontacted Mashco Piro Indigenous people in the Peruvian Amazon, just a few miles from several logging companies.
Read the news: https://t.co/g9GrZlf3XB pic.twitter.com/fZv5rryzVp
— Survival International (@Survival) July 16, 2024
ଜନଜାତିଙ୍କ ଚିତ୍ର କ୍ୟାମେରାରେ କଏଦ୍ ହେବାପରେ କିଛି ମାନବ ଅଧିକାର ସଂଗଠନ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଦିନକୁ ଦିନ ଯେପରି ଭାବରେ ଜଙ୍ଗଲ ସଫା ହେଉଛି, ଦିନ ଆସିବ ଏହି ଜନଜାତି ଲୋପ ପାଇଯିବେ ବୋଲି ଆଶଙ୍କା କରାଯାଉଛି । ଲଗାତାର ଗଛ କଟାଯିବା କାରଣରୁ ଏହି ଜନଜାତି ଖାଦ୍ୟ ଅନ୍ୱେଷଣ ଆଶାରେ ଜଙ୍ଗଲରୁ ବାହାରକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଧୀରେ ଧୀରେ ଏବେ ଏମାନେ ଜନ ବସତି ନିକଟକୁ ଆସି ନିଜ ପାଇଁ ଖାଦ୍ୟ ଖୋଜିବା ଆରମ୍ଭ କରିଛନ୍ତି । ଏକାନ୍ତରେ ରହିବା ପାଇଁ ପସନ୍ଦ କରୁଥିବା ସତ୍ତ୍ୱେ ଏମାନେ ପେଟର ଭୋକକୁ ସହିନପାରି ବାହାରିବାକୁ ବାଧ୍ୟ ହେଉଛନ୍ତି ।
ଫଟୋଗୁଡ଼ିକ ଜୁନ୍୍ ମାସରେ ଉତ୍ତୋଳନ କରାଯାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି । ପେରୁର ଦକ୍ଷିଣ-ପୂର୍ବ ପ୍ରଦେଶ Madre de Diosରେ ପ୍ରବାହିତ ଏକ ନଦୀ ନିକଟରେ ଏହି ଜନଜାତି ବସବାସ କରିନ୍ତି । ସର୍ଭାଇଭଲେ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ କହିଛନ୍ତି, ପେରୋ ଜନଜାତିର ଏକ ବଡ଼ ଭାଗ ଏଠାରେ ବସବାସ କରନ୍ତି । ହେଲେ ସେମାନେ ବସବାସ କରୁଥିବା ସ୍ଥାନରୁ କିଛି କିଲୋମିଟର ଦୂରରେ ଗଛ କଟା ପାଇଁ ଏକ କମ୍ପାନୀକୁ ଅନୁମତି ଦିଆଯାଇଛି। ଏହାପୂର୍ବରୁ, ଏହି ଜନଜାତିର ଲୋକମାନେ କ୍ୱଚିତ୍ ଦେଖାଯାଉଥିଲେ । ହେଲେ ଦୁର୍ଭାଗ୍ୟର କଥା ଏବେ ସେମାନଙ୍କୁ ବାହାରକୁ ଆସିବା ପାଇଁ ପଡ଼ୁଛି । ଏକ କମ୍ପାନୀର ମନମାନି ପାଇଁ ସରଳ ଜନଜାତିର ଲୋକେ ବିପଦରେ ପଡ଼ିଛନ୍ତି ।