ଭାରତ

ଥମୁନି ମଣିପୁର ହିଂସା : ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ମୃତ 

(ମଣିପୁର) : ଦିନକୁ ଦିନ ମଣିପୁର ହିଂସା ଥମିବାର ନାଁ ଧରୁନି । ପୁଣି ଅଣାୟତ୍ତ ହୋଇଛି ମଣିପୁର। ଗତରାତିରେ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଉଗ୍ରପନ୍ଥୀମାନେ ଗତରାତିରେ ଶତାଧିକ ଘରେ ନିଆଁ ଲଗାଇ ଦେଇଥିବାରୁ ଭୟାନକ ସ୍ଥିତି ଉପୁଜିଛି। ଉଗ୍ରପନ୍ଥୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗତରାତିରୁ ବିଭିନ୍ନ ଅଂଚଳରେ ଗୁଳି ବିନିମୟ ଜାରି ରହିଛି।

ସୂଚନାନୁଯାୟୀ  , ଶତାଧିକ ସଶସ୍ତ୍ର ଉଗ୍ରପନ୍ଥୀ ଇମ୍ଫାଲ ପୂର୍ବ ଜିଲ୍ଲା ଏବଂ କାଙ୍ଗପୋକି ଜିଲ୍ଲା ସୀମା ସଂଲଗ୍ନ ଗାଁଗୁଡ଼ିକରେ ରାତି ପ୍ରାୟ ୧ଟା ସମୟରେ ଆକ୍ରମଣ କରିଥିଲେ। ଆଖିବୁଜା ଗୁଳିମାଡ଼ ଯୋଗୁଁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ଇମ୍ଫାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ମଧ୍ୟ ଇମ୍ଫାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। କୁକି ସଂପ୍ରଦାୟ ବିରୋଧରେ ସେମାନେ ଆନ୍ଦୋଳନ କରୁଥିବାରୁ ସେମାନଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି।

Related posts

ବିଷାକ୍ତ ମଦ ରୋକିବା ପାଇଁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ପଞ୍ଜାବ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews

ରୁଷ ସୈନ୍ୟଙ୍କୁ ଇରାନ ଦେଉଛି ଡ୍ରୋନ ତାଲିମ

mahabharatanews