ମନୋରଞ୍ଜନ

ଏହି କାରଣରୁ ଦୁଃଖୀ ଅଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

(ମୁମ୍ବାଇ) : ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଲୋକପ୍ରିୟ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ହେ‌ଲେ ନିମନ୍ତ୍ରଣ ପାଇ ବି ସେ ଅଯୋଧ୍ୟା ଯାଇପାରିବେ ନାହିଁ ବୋଲି ଜଣାଇଛନ୍ତି। ଏହା ସହ ରାମ ମନ୍ଦିରକୁ ଯାଇପାରୁନଥିବାରୁ ସେ କେତେ ଦୁଃଖୀ ତାହା ଜଣାଇଛନ୍ତି ବିବେକ।

ସୂଚନାନୁଯାୟୀ , ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରୁ ଅନେକ ଫୋନ କଲ୍ ପାଇ ମୁଁ ଆନନ୍ଦିତ ହୋଇଥିଲି। ଜଣେ ମହିଳା ମୋତେ ଫୋନ କରି ଭ୍ରମଣର ବିବରଣୀ ମାଗିଥିଲେ। ହେଲେ ଏହା ଅନ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ମୁଁ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେଇପାରିବି ନାହିଁ। କାରଣ ମୁଁ ଜାନୁଆରି ୨୨ରେ କିଛି ଜରୁରୀ କାମ ପାଇଁ ଭାରତରେ ନଥିବି। କେବଳ ରାମଜୀ ଜାଣନ୍ତି ଯେ ମୁଁ କେତେ ଦୁଃଖିତ ।

Related posts

ପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକି

mahabharatanews

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

କମିଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍‌ ମୂଲ୍ୟ

mahabharatanews