ଭାରତ

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

(ତାମିଲନାଡୁ) : ଦକ୍ଷିଣ ଭାରତୀୟ ତାମିଲନାଡୁର ବିଜେପି ନେତାମାନେ ଷ୍ଟାଲିନ ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣକୁ ନିଷିଦ୍ଧ କରିଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ଏହି ପ୍ରସଙ୍ଗରେ ନୋଟିସ ଜାରି କରିଛନ୍ତି।

ସୂଚନାନୁଯାୟୀ , ପ୍ରାଣ ପ୍ରତିଷ୍ଠା ଲାଇଭ ଟେଲିକାଷ୍ଟ ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ଆବେଦନରେ ଦର୍ଶାଯାଇଛି ଯେ ତାମିଲନାଡୁ ସରକାର ମଧ୍ୟ ସମସ୍ତ ପ୍ରକାରର ପୂଜା, ଅର୍ଚ୍ଚନା ଭଜନକୁ ନିଷିଦ୍ଧ କରିଛନ୍ତି। ପୋଲିସ୍ ଅଧିକାରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଏପରି ଅବାଧ ବ୍ୟବହାର ହେଉଛି ସମ୍ବିଧାନ ଅନୁଯାୟୀ ସୁନିଶ୍ଚିତ ମୌଳିକ ଅଧିକାରର ଉଲ୍ଲଂଘନ। ଏହି ସମଗ୍ର ମାମଲାରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ତେବେ ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏପରି କୌଣସି ପ୍ରତିବନ୍ଧକ ନାହିଁ ଏବଂ ଆଜି ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପୂଜା, ଆର୍ଚାନା, ଭଜନ ଲାଇଭ ଟେଲିକଷ୍ଟ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

Related posts

 ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର

mahabharatanews

ମଣିପୁର ହିଂସା; ୫୩  ଅଧିକାରୀଙ୍କ ଟିମ୍ ଗଠନ କଲା ସିବିଆଇ

mahabharatanews

ଆଜି ଆର୍ଥ ଆୱାର

mahabharatanews