ଓଡିଶା

୧୦ତମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭୋଟର ଦିବସ ପାଳିତ

(ମଧୁସୂଦନ ବହିଦାର / ବଲାଙ୍ଗିର): ଆଜି୧୦ ତମ ଜିଲ୍ଳା ସ୍ଥରୀୟ ଆନ୍ତର୍ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ସାଇକେଲ ରାଲିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସରକାରୀ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ପଦଯାତ୍ରା ଏବଂ ସାଇକେଲ ରାଲି ମାଧ୍ୟମରେ କଲେଜ ପରିସରରୁ ବାହାରି ଟାଉନ ହଲଠାରେ ପହଞ୍ଚି ଥିଲେ।ତେବେ ବାହାରିଥିବା ରାଲିକୁ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ ବଲାଙ୍ଗୀର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର।
ସେପଟେ କୋଶଳ କଲା ମଣ୍ଡଳ ପଡ଼ିଆରୁ ମଧ୍ୟ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ସମାନ ଭାବରେ ଭୋଟର ଦିବସର ସ୍ଲୋଗାନ ଦେଇ ଟାଉନ ହଲ ଠାରେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର,ଏବଂ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଏବଂ ଜିଲ୍ଲା ସଂସ୍କୃତିକ ଅଧିକାରୀ ବିଜୟ ଶତପଥି ମୁଖ୍ୟ ଉପସ୍ଥିତ ଥିଲେ ଜ୍ଝ

Related posts

ନଡିଆ ଚାଷୀଙ୍କ ବୈଠକ

mahabharatanews

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews

ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ

mahabharatanews