ଓଡିଶା

୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଉଛି ତାତି । ରାଜ୍ୟବାସୀଙ୍କ ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ତେବେ ପଶ୍ଚିମ ଓଡିଶାରେ ଗ୍ରୀଷ୍ମର ଦାଉ ଅସହ୍ୟ ହୋଇପଡିଛି। ସୂଚନାନୁଯାୟୀ , ରବିବାର ୪୦ ଡିଗ୍ରୀ ଉପରେ ୧୫ଟି ସହର ରହିଛି। ୪୪.୯ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେହିପରି ସୁନ୍ଦରଗଡ ୪୪.୪ ଡିଗ୍ରୀ, ଟିଟିଲାଗଡ ୪୩.୫ ଡିଗ୍ରୀ, ଭବାନୀପାଟଣା ୪୩ ଡିଗ୍ରୀ , ସୋନପୁର ୪୩ ଡିଗ୍ରୀ, ସମ୍ବଲପୁର ୪୨.୮ ଡିଗ୍ରୀ, ଝାରସୁଗୁଡା ୪୧.୬ ଡିଗ୍ରୀ, ପାରଳାଖେମୁଣ୍ଡି ୪୧.୫ ଡିଗ୍ରୀ, ଫୁଲବାଣୀ ୪୦ ଡିଗ୍ରୀ, ତାଳଚେର ୪୦ ଡିଗ୍ରୀ ତାପମାତ୍ରା ରହିଛି।

Related posts

ଡଃ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ଆମେରିକାର ଦୃଢିକରଣ ସର୍ବୋପରି ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିବରେ ଲୋକପ୍ରତିନଧି ଓ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପଣୀ ଦେଇ ପ୍ରଶଂସିତ ହୋଇଛି ପୂବର୍ତନ ବିଧାୟକ ଅନୁଭବ ପଟ୍ଟନାୟକ

mahabharatanews