ଓଡିଶା

ଆସନ୍ତା ୨ ଓ ୩ତାରିଖରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) :  ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସହ ଲଘୁଚାପ ସକ୍ରିୟ ହେବା ପରେ ବର୍ଷା ଲାଗି ରହିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ମେଘୁଆ ପାଗ ରହିଥିବା ବେଳେ କଟକ, ଅନୁଗୁଳ, ଭଦ୍ରକ , ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଲରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ।  ଆସନ୍ତା ୨ ଓ ୩ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।

ସୂଚନାନୁଯାୟୀ ,  ଜୁନ୍ ୩୦ ପରେ ଆଉ ମିଳିବନି ମାଗଣା ରାସନ! ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି । ଚଳିତବର୍ଷର ସ୍ଥିତିକୁ ଦେଖିଲେ ସ୍ବାଭାବିକଠାରୁ ୧୨ ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେତେବେଳକୁ ନିଅଣ୍ଟିଆ ବର୍ଷା ପରିମାଣ ପାଖାପାଖି ୮୦ ୦% ରହିଥିଲା । ତେବେ ମୌସୁମୀ ଛୁଇଁବାର ୫ ଦିନରେ ଜୁନ୍‌ ମାସର ନିଅଣ୍ଟିଆ ବର୍ଷା ଭରଣା ହୋଇଛି ।

Related posts

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews

ଜନସାଧାରଣଙ୍କ ନିମନ୍ତେ ଲାଗିଲା ସାନିଟାଇଜର ମେସିନ

mahabharatanews

ବରୀରୁ ୧୪୪୩ ସ୍ୱାବ ସଂଗ୍ରହ,୧୦୧୬ ନେଗେଟିଭ

mahabharatanews