ଓଡିଶା

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

(ଭୁବନେଶ୍ୱର) : ରାଜ୍ୟରେ ଲଗାତର ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଏହି ସମୟରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ଆସନ୍ତା ୯ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଫଳରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ ,  ଏହାସହ ଘୁର୍ଣ୍ଣିବଳୟଟି ଗାଙ୍ଗେୟ ଉପତ୍ୟକାରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରିକରିଛି ପାଣିପାଗ କେନ୍ଦ୍ର । ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Related posts

 ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ କରିବ ସଂକୀର୍ତ୍ତନ

mahabharatanews

ବଜ୍ରାଘାତରେ ପୁଣି ୧୨ ଜଣଙ୍କ ମୃତ୍ୟୁ

mahabharatanews

ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ

mahabharatanews