ଓଡିଶାଭାରତସ୍ୱାସ୍ଥ୍ୟ

ଦେଶରେ କମୁଥିବା ବେଳେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆ ଦିଲ୍ଲୀ: ଆଜି ଦେଶରେ ୧୦ ହଜରାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଥିବା ବେଳେ ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୧୧ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୨୭,୨୨୬ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ତେବେ ଦେଶର ସମୁଦାୟ ମୃତ୍ୟୁ ସଂଖ୍ୟା ୫,୩୧,୧୪୧କୁ ବୃଦ୍ଧି ପାଇଛି । ସେପଟେ ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦୮ ଟି ମାମଲା ଚିହଜ୍ଟ ହୋଇତବବା ବେଳେ ଗତ କାଲି ୨୦୪ ଟି ମାମଲା ଚିହ୍ନଟ ହୋଇଥିଲା । ମୋଟ୍ ୫ହଜାର ୯୩୧ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ସେହିପରି ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୫ଶହ ୫କୁ ବୃଦ୍ଧି ହୋଇଥିବା ବେଳେ ଏବେ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Related posts

“ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ବିଶ୍ଵ ବ୍ରେଲି ଦିବସ ପାଳନ…

mahabharatanews

ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା   

mahabharatanews

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

mahabharatanews