ଭାରତ

ସଂସଦ ଉପରେ ଆକ୍ରମଣ , ୪ଗିରଫ 

(ଦିଲ୍ଲୀ) : ଠିକ୍ ଆଜିକୁ ୨୨ ବର୍ଷ ପୂର୍ବେ ସଂସଦ ଉପରେ ଆକ୍ରମଣ ହୋଇଥିଲା ଯାହା ସାରା ଦେଶ ଆଜି ବି ମନେ ରଖିଛି । ପୁଣି ଆଜି ମଧ୍ୟ ୨୨ ବର୍ଷର ଘଟଣା ପୁନରା ବୃତ୍ତି ହୋଇଛି । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି ଉଚ୍ଚ ସୁରକ୍ଷା ସହିତ ସଜ୍ଜିତ ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହାର କିଛି ସମୟ ପରେ ଅନ୍ୟ ଦୁଇଜଣ ଲୋକସଭା ବାହାରେ ହଳଦିଆ ରଙ୍ଗର ଧୂଆଁ ମଧ୍ୟ ସ୍ପେ କରିଥିଲେ। ଏହି ମାମଲାରେ ସମସ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି। ସଂସଦକୁ ଡେଇଁଥିବା ଅଭିଯୁକ୍ତ ହେଉଛନ୍ତି ସାଗର ଶର୍ମା ଏବଂ ମନୋରଂଜନ ବୋଲି ପୋଲିସ କହିଛି। ଯେଉଁମାନେ ବାହାରେ ହଳଦିଆ ରଙ୍ଗର ଧୂଆଁ ବ୍ୟବହାର କରିଥିଲେ ସେମାନଙ୍କୁ ନୀଲମ୍ ଏବଂ ଆମୋଲ୍ ସିନ୍ଦେ ବୋଲି ଚିହ୍ନଟ କରାଯାଇଛି | ବୁଧବାର ଲୋକସଭାର କାର୍ଯ୍ୟ ସମୟରେ ଦୁଇଜଣ ଲୋକ ଗ୍ୟାଲେରୀରୁ ଡେଇଁପଡି ଲୋକସଭା ଭବନକୁ ପ୍ରବେଶ କରି ସ୍ପ୍ରେ ମାଧ୍ୟମରେ ଧୂଆଁ ମୟ କରିଦେଇଥିଲେ ।

Related posts

ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

mahabharatanews

ସହଜରେ ଟ୍ରାକ ହେବ ଚୋରି ମୋବାଇଲ

mahabharatanews

ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ 

mahabharatanews