ଭାରତରାଜନୀତି

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

ଆଜିଠୁ ସଂସଦର ଶୀତ ଅଧିବେଶନ। ଚଳିତ ଅଧିବେଶନରେ ୧୫ଟି ବୈଠକ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି । SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ ।  ଶୀତକାଳୀନ ଅଧିବେଶନରେ ୧୨ଟି ବିଲ୍ ଆଗତ ହେବ ।  ଆଗତ ଏବଂ ଆଲୋଚନା ହେବାକୁ ଥିବା ପ୍ରମୁଖ ବିଲ ଗୁଡ଼ିକ ଭିତରେ ରହିଛି ପ୍ରସ୍ତାବିତ ଆଣବିକ ଶକ୍ତି ବିଲ୍-୨୦୨୫।  ପରମାଣୁ ଶକ୍ତି ବିଲ୍, ୨୦୨୫ ସହିତ ନଅଟି ନୂତନ ବିଲ୍ ଆଗତ ହୋଇପାରେ । ଏଥିରେ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ, ଜାତୀୟ ରାଜପଥ, କର୍ପୋରେଟ୍ ଆଇନ ସଂଶୋଧନ, ସିକ୍ୟୁରିଟିଜ୍ ମାର୍କେଟ୍ କୋଡ୍, ୨୦୨୫ ଏବଂ ମଧ୍ୟସ୍ଥତା ଆଇନରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଅନ୍ୟପଟେ ବିରୋଧୀ SIR ପ୍ରସଙ୍ଗରେ ସରକାରଙ୍କୁ ଘେରି ପାରନ୍ତି । ସେହିପରି ଶୀତ ଅଧିବେଶନରେ ଭାରତୀୟ ଉଚ୍ଚ ଶିକ୍ଷା କମିଶନ ବିଲ୍, ୨୦୨୫ ଆଗତ ହେବ ।  ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଏକ କେନ୍ଦ୍ରୀୟ ସଂସ୍ଥା ଗଠନ କରାଯିବ। ଅନ୍ୟ ପ୍ରମୁଖ ବିଲ୍ ମଧ୍ୟରେ ରହିଛି ସିକ୍ୟୁରିଟି ମାର୍କେଟ କୋଡ୍ ବିଲ୍, ୨୦୨୫ ।

ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ମୁଦା କରିପାରନ୍ତି ବରୋଧୀ । କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି ଅଧିବେଶନରେ ଭୋଟ ଚୋରି ପ୍ରସଙ୍ଗ ଉଠାଇବେ । ସଂସଦର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ସରକାର ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ବିରୋଧୀ ଦଳମାନଙ୍କ ସହଯୋଗ ଲୋଡିଥିଲେ । ନିବେଶକଙ୍କ ସୁରକ୍ଷା ପାଇଁ ସେବି ଓ ଅନ୍ୟାନ୍ୟ ଆର୍ଥିକ ନିୟମଗୁଡ଼ିକୁ ଏକାଠି କରି ଗୋଟିଏ ଆଇନ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି ।  ତେବେ ଅଧିବେଶନରେ ଏସଆଇଆର ପ୍ରସଙ୍ଗରେ କମ୍ପିପାରେ ଗୃହ । ୧୨ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ବିରୋଧୀ ଦଳ ଆଲୋଚନା ପାଇଁ ଦାବି କରୁଛନ୍ତି । ଏସବୁ ପ୍ରସଙ୍ଗ ଉପରେ ଯଦି ଆଲୋଚନା ନହୁଏ ତେବେ ଗୃହ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ହେବନାହିଁ ବୋଲି ସେମାନେ ସତର୍କ ମଧ୍ୟ କରାଇଦେଇଛନ୍ତି । ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିଭିନ୍ନ ରାଜନୈତିକ ଦଳର ଉଭୟ ଗୃହର ନେତାମାନଙ୍କ ସହ ପୃଥକ ଭାବେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ରାଜ୍ୟସଭା ବିଜିନେସ ଆଡଭାଇଜରି କମିଟି (ବିଏସି) ର ବୈଠକ ମଧ୍ୟ ହୋଇଥିଲା । ତେବେ ବୈଠକରେ ବିରୋଧୀମାନେ ଉଠାଇଥିବା ଏସ୍ଆଇଆର ଦାବି ଉପରେ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ ।

Related posts

ଗିରଫ ହେଲେ କେଜ୍ରିୱାଲ 

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews

ତାଇୱାନରେ ନିଖୋଜ ଭାରତୀୟ ସୁରକ୍ଷିତ

mahabharatanews