ଓଡିଶା

ଚଳଚ୍ଚିତ୍ର ‘ଯବାନ’ କ୍ରେଜ୍; ଆଜି ଭୁବନେଶ୍ୱରରେ ୯୦ଟି ସୋ 

(ଭୁବନେଶ୍ୱର) :  ସାରା ଦେଶରେ ଏବେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍ ଖାନ୍‌ଙ୍କ କ୍ରେଜ୍‌ ଜୋର ଧରିଛି । ରାଜଧାନୀ‌ ଭୁବନେଶ୍ବର ଏଥିରୁ ବାଦ୍‌ ପଡ଼ିନାହିଁ। ପ୍ରେକ୍ଷାଳୟକୁ ଆସିଛି ତାଙ୍କ ଚଳଚ୍ଚିତ୍ର ‘ଯବାନ’। ସବୁଠାରୁ ବଡ କଥା ହେଉଛି କି ରାଜଧାନୀରେ ‘ଯବାନ’ର ୯୦ଟି ସୋ ପଡ଼ିବାକୁ ଯାଉଛି। ସିନେପଲିସ୍‌ରେ ‘ଯବାନ’ର ୨୬ଟି ସୋ’ ପଡ଼ିବ।

ସୂଚନାନୁଯାୟୀ , ଶାହାରୁଖ ଖାନ୍‌ଙ୍କ ‘ଯବାନ’ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ସମସ୍ତେ ଆଶାବାଦୀ। ରେଡ୍ ଚିଲ୍ଲିଜ୍ ଏଣ୍ଟର୍‌ଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ଯବାନ’ର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର। ଚଳଚ୍ଚିତ୍ରରେ ଶାହରୁଖ୍‌ ଖାନ୍‌ଙ୍କ ସମେତ ସାଉଥ୍‌ ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋଭର ଓ ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି।

Related posts

ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାରେ ଚାଲିବ ‘ମୋ ବସ’

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ପୁଣି ଆକ୍ଟିଭ ହେବ ରାଜଧାନୀରେ ଡ୍ରୋନ କ୍ୟାମେରା

mahabharatanews