ଓଡିଶାପାଣିପାଗ

ଆସନ୍ତାକାଲି ଘନ କୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଘନକୁହୁଡିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟ ବାସୀ । ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏଥି ପାଇଁ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ସୁସ୍କିଲ ହୋଇପଡୁଛି । ଏନେଇ ଆସନ୍ତା କାଲି ଘନକୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କନ୍ଧମାଳକୁ ଘନକୁହୁଡିକୁ ନେଇ ସତର୍କତା ଜାରି ହୋଇଛି । ସେପଟେ ରାଜଧାନୀ ଦିଲ୍ଲୀରେ ବି ଘନ କୁହୁଡିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Related posts

୧୦ ଓ ୧୧ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ଛାତ୍ର ବିଜେଡ଼ି ପକ୍ଷରୁ ଏକ ସପ୍ତାହବ୍ୟାପୀ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews

ପୁଣି ଏକା ଏକା ଡିମ୍ପଲ 

mahabharatanews