ଓଡିଶାପାଣିପାଗ

୭ ଜିଲ୍ଲାରେ ଭୀଷଣ ବର୍ଷିବ

ଭୁବନଶ୍ବର: ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା।  ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ୨୮ ତାରିଖ ଯାଏ ରାଜ୍ୟରେ ଲାଗି ରହିବ ବର୍ଷାର ପ୍ରଭାବ । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଟ୍ବିନ ସିଟି ସମେତ ଅନେକ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି । ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଆଜି ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଆଜି ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ବାକି ସମସ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶନିବାର ଓ ରବିବାର ମଧ୍ୟର କିଛି ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି।

Related posts

୨୨ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ

mahabharatanews

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

mahabharatanews

ଗୁଡି ସୂତାରେ କଟିଗଲା ବେକ ଓ ହାତ

mahabharatanews