ଓଡିଶା

ରାଣୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ

ଆଠଗଡ : ରାଣୀ ପଣ୍ଡାଙ୍କ କାର ଗତକାଲି ରାତିରେ ଏକ ବାଇକ୍ ସହ ଧକ୍କା ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇ ପଡ଼ିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ କଟକ SCBରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା (୨୮)।
ସୂଚନା ଅନୁସାରେ, ଏକ ବାହାଘର ଭୋଜି ଖାଇ ରାନୀ ପଣ୍ଡା କାର୍‌ରେ ଫେରୁଥିବା ବେଳେ ଡାଲଖାଇ ଛକ ନିକଟରେ ବାଇକ୍ ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାପରେ । ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଥିଲା । ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।

Related posts

ନିର୍ବାଚନ ଇସ୍ତାହାରକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

mahabharatanews

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟ

mahabharatanews

Leave a Comment