ଓଡିଶା

ଅଗ୍ନିକାଣ୍ଡରେ ୬ ପରିବାରର ୯ ବଖରା ପୋଡି ପାଉଁଶ

(ମହାଭାରତ, ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘନିପୁର ପଞ୍ଚାୟତର ଯୋରକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଗତ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୯ ବଖରା ଘର ପୋଡି ଯାଇଛି । ଏହି ଗାଁର ଦିବାକର କାଣ୍ଡି, ଧଡୁ କାଣ୍ଡି, ଦୀନବନ୍ଧୁ କାଣ୍ଡି, କାମିନୀ କାଣ୍ଡି, ପ୍ରମିଳା କାଣ୍ଡି ଓ ସୁରେନ୍ଦ୍ର କାଣ୍ଡିଙ୍କର ଘର ପୋଡି ଯାଇଥିବା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡରେ ସମସ୍ତ ୬ଟି ପରିବାରର ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲାଗିବା ଫଳରେ ଘରେ ରହିଥିବା ଧାନ,ଚାଉଳ, ବାସନ, ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ, ଡେଲାଙ୍ଗରୁ ୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡିନାହିଁ । ସାଉରିଆ ରାଜସ୍ୱ ନିରୀକ୍ଷକ ନିହାରିକା ସାହୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ।

Related posts

ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି

mahabharatanews

କୋଣାର୍କ ସୁତା କଳକୁ କାର୍ୟ୍ୟ କାରି କରିବା ପାଇଁ ଦାବି

mahabharatanews

କେମିତି ମଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେଇଆ ଲଳିତ ସାହୁ ? ରାତି ଅଧିଆ ପୋଷ୍ଟ ମର୍ଟମ ନେଇ ଉଠିଲା ପ୍ରଶ୍ନ

mahabharatanews

Leave a Comment