(ଅମରାବତୀ): ଆନ୍ଧ୍ରପ୍ରଦେଶରେ ତିନିଟି ରାଜଧାନୀ ଗଠନ ନିଷ୍ପତ୍ତିକୁ ନେଇ ଅମରାବତୀର ଚାଷୀମାନେ ଏଠାରେ ଧାରଣା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଏହି ନିଷ୍ପତ୍ତିକୁ ଅମରାବତୀର ଚାଷୀମାନେ ବିରୋଧ କରିଛନ୍ତି । ଅମରାବତୀ ପ୍ରସଙ୍ଗ ନେଇ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସ୍ଲୋଗାନ ଦେଇଛନ୍ତି । ଧାରଣାରେ ବସିଥିବା ଚାଷୀମାନେ ପ୍ଲିଜ ଟ୍ରମ୍ପ, ସେଭ ଅମରାବତୀ ନାରା ଦେଇଛନ୍ତି । ସେହିପରି ଅନ୍ୟ ଗୁଡିଏ ପ୍ଲାକାର୍ଡ ଧରି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇବା ସହ ସେମାନଙ୍କ ସମସ୍ୟା ବିଷୟରେ ଅବଗତ କରିବା ପାଇଁ ପ୍ରୟାସ କରିଛନ୍ତି । ଆମେରିକାର ଗୋଟିଏ ରାଜଧାନୀ, ଜଗନମୋହନ ୩ଟି ରାଜଧାନୀ ଚାହୁଁଥିବା ଚାଷୀମାନେ ପ୍ଲାକାର୍ଡ ମାଧ୍ୟମରେ ଦର୍ଶାଇଛନ୍ତି । ଅମରାବତୀକୁ ବ୍ୟବସ୍ଥାପିକା ରାଜଧାନୀ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଠାରେ ରାଜ୍ୟର ବିଧାନସଭା ରହିବ ବୋଲି ସେ ପୂର୍ବରୁ ଦର୍ଶାଇଛନ୍ତି । ତେବେ ଏଠାକାର କିଛି ଚାଷୀଙ୍କୁ ଏଥିାପାଇଁ ଜମି ହରାଇବାକୁ ପଡିଛି । ଏଣୁ କରି ଚାଷୀମାନେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେଇଛନ୍ତି । ପୂର୍ବରୁ ଅମରାବତୀ ଯୁଗ୍ମ କାର୍ଯ୍ୟାନୁଷ୍ଠାନ ସମିତି ପକ୍ଷରୁ ଏହି ଚାଷୀମାନଙ୍କୁ ସମର୍ଥନ କରି ଏଠାରେ ଧାରଣା ଦିଆଯାଇଥିଲା ।
previous post
next post