Uncategorized

ଅର୍ଦ୍ଧ ସୁରକ୍ଷା ବଳର ମହା ନିର୍ଦ୍ଦେଶକ ହେଲେ ଏ ପି ମାହେଶ୍ୱରୀ

ନୂଆଦିଲ୍ଲୀ: ଆଇପିଏସ ଅଧିକାରୀ ଆନନ୍ଦ ପ୍ରକାଶ ମାହେଶ୍ୱରୀ ବୁଧବାର ଦିନ ଦୁନିଆର ସବୁଠାରୁ ବଡ ଅର୍ଦ୍ଧ ସୈନିକ ବଳର ନୂଆ ମହା ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅର୍ଦ୍ଧ ସୈନିକ ବଳରେ ୩.୨୫ ଲକ୍ଷ କର୍ମଚାରୀ ରହିଛନ୍ତି । ଉତ୍ତର ପ୍ରଦେଶ କ୍ୟାଡରର ୧୯୮୪ ବ୍ୟାଚର ଏହି ଅଧିକାରୀ ୧୩ ଜାନୁଆରୀରେ ସିଆରପିଏଫର ନୂଆ ପ୍ରମୁଖ ପଦରେ ନିଯୁକ୍ତି ପାଇଥିଲେ । ମାହେଶ୍ୱରୀ ଆଇଟିବିପି ମହାନିର୍ଦ୍ଦେଶ ଏସଏସ ଦେଶବାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶବାଲଙ୍କୁ ସିଅରପିଏଫର ଅତିରିକ୍ତ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା । ଡିସେମ୍ବର ୩୧ରେ ଆରଆର ଭଟନାଗର ଅବସର ନେଇଥିଲେ । ଭଟନାଗରଙ୍କ ସେବା ନିବୃତ୍ତି ପରେ ସିଆରପିଏଫ ଦେଶବାଲଙ୍କୁ ଏହି ଦାୟିତ୍ୱ ଅତିରିକ୍ତ ଭାବେ ଦେଇଥିଲେ ।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ମାହେଶ୍ୱରୀଙ୍କୁ ଲୋଧି ରୋଡ ସ୍ଥିତ ସିଜିଓ କମ୍ପେ୍ଲକ୍ସରେ ସିଆରପିଏଫର ମୁଖ୍ୟାଳୟରେ ସିଆରପିଏଫ ଦାୟିତ୍ୱ ଦିଆଯାଇଛି । ଏହି ଅସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ମାହେଶ୍ୱରୀ ଆସନ୍ତା ବର୍ଷ ଫେବୃଆରୀରେ ସେବାରୁ ଅବସର ଗ୍ରହଣ କରିବେ । ମାହେଶ୍ୱରୀ ଏପର୍ଯ୍ୟନ୍ତ ଗୃହ ମନ୍ତ୍ରାଳୟରେ ବିଶେଷ ସଚିବ ରୂପେ କାର୍ଯ୍ୟ କରିଥିଲେ, ତାଙ୍କୁ ବ୍ୟୁରୋ ଅଫ ପୁଲିସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟର ନେତୃତ୍ୱ ଦିଆଯାଇଛି ଓ ସୀମା ସୁରକ୍ଷା ବଳରେ ବିଶେଷ ମାହା ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଦିଆଯାଇଛି । ମାହେଶ୍ୱରୀ ସମାଜ ବିଜ୍ଞାନ ରେ ଡକ୍ଟରେଟ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଏମବିଏ ମଧ୍ୟ କରିଛନ୍ତି ।

Related posts

ମିଆଁମାର ରତ୍ନପଥର ଖଣିରେ ଭୂସ୍ଖଳନ ଘଟି ୫୦ ମୃତ

mahabharatanews

ବଢିଲା ଅଣସବ୍ସିଡି ରନ୍ଧନ ଗ୍ୟାସ ମୂଲ୍ୟ

mahabharatanews

ସିଏଏ ବିରୋଧକାରୀ ହେଉଛନ୍ତି ଦଳିତ ବିରୋଧୀ: ଶାହା

mahabharatanews