ଓଡିଶା

ଆଜିଠୁ ରାମଚଣ୍ଡୀରେ ଏନଡିଆରଏଫର ମକଡ୍ରିଲ

(ମହାଭାରତ, କୋଣାର୍କ): ଫେବୃଆରୀ ୧୨ ତାରିଖରେ ଏନଡିଆରଏଫ ପକ୍ଷରୁ ବିଶ୍ୱ ସ୍ତରୀୟ ମକଡ୍ରିଲ କୋଣାର୍କର ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାତ୍ୟା, ବନ୍ୟା, ସୁନାମି, ଭୁମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳବର୍ତ୍ତୀ ଲୋକଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ମକଡ୍ରିଲ ଜରିଆରେ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଭାରତ ସମେତ ୭ଟି ଦେଶର ପ୍ରତିନିଧିମାନେ ଏଥିରେ ଭାଗ ନେବେ । ଏଥିରେ ସ୍ଥାନୀୟ ଲୋକଙ୍କୁ ଏନଡିଆରଏଫ ସାମିଲ କରିବ । ତେବେ ମକ୍ଡ୍ରିଲ ପାଇଁ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କର ମଡେଲ ଗାଁ ପ୍ରସ୍ତୁତ କରାଯାଇଛି । ଏଥିରେ କୋଣାର୍କ ସୂର୍ଯ୍ୟମନ୍ଦିର, ବିଭିନ୍ନ ହୋଟେଲ, ସ୍ଥାନୀୟ ଜନବସତି ଅଞ୍ଚଳକୁ ମଡେଲ ଭାବେ ଦର୍ଶାଯାଇଛି । ମକଡ୍ରିଲ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କିଭଳୀ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ବିଶ୍ୱ ଐତିହ୍ୟକୁ ସୁରକ୍ଷା କରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

Related posts

ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ମହନାପଲ୍ଲୀ

mahabharatanews

ପୋଲିସ ଡ଼ିଜିଙ୍କ ଜଗନ୍ନାଥ ଦର୍ଶନ

mahabharatanews

ନୂଆଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

mahabharatanews