(ମହାଭାରତ ): ୧୨ ମାସ ମଧ୍ୟରେ ଫେବୃଆରୀ ମାସର ରହିଛି ସ୍ୱତନ୍ତ୍ରତା । ଏହି ମାସଟିକୁ ପ୍ରେମୀ ଯୁଗଳ ସମତେ ଯୁବପିଢି ଚାତକ ପରି ଅନେଇବସିଥାନ୍ତି । କାରଣ ଏହି ମାସର ଗୋଟିଏ ସପ୍ତାହ ତାଙ୍କ ପାଇଁ । ସେମାନଙ୍କର ପ୍ରେମକୁ ପରିପ୍ରକାଶ କରିବାର ଉପଯୁକ୍ତ ସମୟ । ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ସମୟ, ଦିନ, ବାରର ଆବଶ୍ୟକତା ନଥାଏ ତଥାପି ଏହି ସପ୍ତାହକୁ ପ୍ରେମୀ ଯୁଗଳ ପ୍ରେମ ଦିବସ ଭାବରେ ପାଳନ କରିଥାନ୍ତି । ସାତ ଦିନର ଅବଧିକୁ କିଛି ନିଆରା କରିବାକ ପାଇଁ ପ୍େରତ୍ୟକ ଦିନକୁ ଗୋଟେ ଗୋଟେ ବିଶେଷ ନାମରେ ନାମିତ କରାଯାଇଛି । ଏହି ଦିନ ମାନଙ୍କରେ ନିଜର ପ୍ରିୟତମାଙ୍କୁ କିଛି ଉପହାର ଭେଟି ଦେଇ ତାଙ୍କୁ ଦୁନିଆର ସବୁଠୁ ସୁନ୍ଦର ଓ ଖାସ ବୋଲି ମନେକରାନ୍ତୁ ।
ଆଉ ଗେ।।ଟେ ଦିନର ଅପେକ୍ଷା ପରେ ଆସିବ ପ୍ରେମ ଦିବସର ଅନ୍ତିମ ଦିନ । ଯାହାକୁ ଭାଲେଣ୍ଟାଇନ ଡ଼େ ଭାବରେ ପାଳନ କରାଯାଇଥାଏ । ଏହି ଗୋଟେ ଦିନ ପୂର୍ବରୁ ଅର୍ଥାତ ଆଜି ଯୁବପିଢି ପାଳନ କରୁଛନ୍ତି କିସ ଡ଼େ ବା ଚୁମ୍ବନ ଦିବସ । ବିନା ଶଦ୍ଧରେ ଭଲପାଇବାର ଆବେଗକୁ ପ୍ରକାଶ କରିବାର ଏକମାତ୍ର ମାଧ୍ୟମ ହେଉଛି ଚୁମ୍ବନ । କାରଣ ଭଲ ପାଇବାରେ ଚୁମ୍ବନର କଥା ସେତେବେଳେ ଆସେ ଯେତେବେଳେ ପରସ୍ପର ଉପରେ ବିଶ୍ୱାସର କଥା ଆସେ । ତେଣୁ କରି ଏହି ୱିକରେ ଗୋଲାପ ଫୁଲ ଦେଇ ତାର ନିଜର ପ୍ରେମକୁ ପରିପ୍ରକାଶ କରି ତାହ ସାଥୀଙ୍କ ଦ୍ୱାରା ଗ୍ରହଣୀୟ ହେଲେ ସାଥୀଙ୍କୁ ନିବିଡ଼ ତାର ସହିତ ଆଲିଙ୍ଗନ କରିବା ପରେ ଏହି ଚୁମ୍ବନର କଥା ଆସେ । ପ୍ରେମର ଭାଷା ବୁଝେ ଚୁମ୍ବନ । ଏହା ଭଲପାଇବାକୁ ମଜବୁତ କରିବା ସହିତ ସୃଦୃଢ କରେ ।
ତେଣୁ କରି ଏହି ଯୁବପିଢି ଏହି ଦିନଟିକୁ ଖାସ କରିବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଚୁମ୍ବନ ଦେବା ସମୟରେ ଏତିକି ଧ୍ୟାନ ଦେବାର ଆବଶ୍ୟକତା ଅଛି ଯେ କାହାକୁ କେମିତି ଚୁମ୍ବନ ଦିବସର ଶୁଭେଚ୍ଛା ଜଣାଇବେ । କାରଣ ବ୍ୟକ୍ତି ଅନୁସାରେ ଚୁମ୍ବନର ପ୍ରକାର ଭେଦ ରହିଛି ।
କିସ ଡ଼େ କଥା ଆସିଲେ ଲିପ କିସ କଥା ଆସେ । ଯାହା କି ଯୁବପିଢି ଏବଂ ପ୍ରେମୀ ଯୁଗଳଙ୍କ ପାଇଁ ରୋମାଣ୍ଟିକ ହୋଇଥାଏ । ଯାହାକୁ ନେଇ ଉଭୟ ଅଧିକ ଖୁସି ଥାନ୍ତି । ପାର୍ଟନରଙ୍କୁ ସହଜ ହେଲା ପରି ଲିପ କିସ ଦିଅନ୍ତୁ । ଏହି ସମୟରେ ଉଭୟ ଫ୍ରେସ ମୁଡ଼ରେ ରହିବାର ଆବଶ୍ୟକତା ଅଛି । ଏହା ଆପଣଙ୍କ ପ୍ରେମକୁ ଆଉ ଏକ ନୂଆ ଦିଗ ଦେବ ।
ସେହିପରି ମଥାରେ କିସ କରିବାକୁ ତେତେକ ବ୍ୟକ୍ତି ବିଶେଷ ଉଚିତ ମନେ କରନ୍ତି । ସାଥୀଙ୍କୁ ଦେଖିବା ମାତ୍ରେ ତାଙ୍କ ମଥାରେ ସରପ୍ରାଇଜ କିସ କରନ୍ତୁ । ଯାହା ତାଙ୍କୁ ଆପଣଙ୍କ ଜୀବନରେ ତାଙ୍କର ଗୁରୁତ୍ୱକୁ ଦର୍ଶାଇବ ।
ଅନ୍ୟ କେତେକ ବ୍ୟକ୍ତି ବିଶେଷ ହାତ ଓ ଗାଲରେ କିସ କରିବାକୁ ଉଚ୍ଛା ପ୍ରକାଶ କରିଥାନ୍ତି । କାରଣ ସେମାନେ ଅନ୍ୟ ପ୍ରକାର କିସ କୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ ।
ବେକଳ କିସ ଡେ’ରେ ନୁହେଁ ପ୍ରତ୍ୟକ ଦିନ ନିଜ ସାଥୀଙ୍କୁ ଗୋଟେ କିସ ଦିଅନ୍ତୁ । ଯାହା ଆପଣଙ୍କ ପ୍ରେମ ଓ ଭଲପାଇବାକୁ ଅଧିକ ଗଭୀର କରିବା ସହିତ ନୂଆ ରୂପ ଦେବ ।